ମୁମ୍ବାଇ ହାଓ୍ଵଡ଼ା ମେଲ୍‌ ଲାଇନ୍‌ଚ୍ୟୁତ

ପୁଣି ଲାଇନ ଲାଇନ୍‌ଚ୍ୟୁତ ହେଲା ଟ୍ରେନ । ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ହାଓ୍ଵଡ଼ା ମେଲ୍‌ର ତିନିଟି କୋଚ୍‌ ଲାଇନ୍‌ଚ୍ୟୁତ ହୋଇଛି। ଖବର ପାଇବା ପରେ ସୁରକ୍ଷାକର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲାଇନ୍‌ଚ୍ୟୁତ ହେବାର ପ୍ରକୃତ କାରଣ ବର୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।ସେଣ୍ଟ୍ରାଲ୍‌ ରେଲ୍‌ୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସୁନୀଲ ଉଦାସୀଙ୍କ କହିବା ଅନୁଯାୟୀ ରବିବାର ରାତି ୨.୦୫ ସମୟରେ ନାଗପୁର ଦେଇ ଯାଉଥିବା ମୁମ୍ବାଇ-ହାଓ୍ଵଡ଼ା ମେଲ୍‌ ଇଗତ୍‌ପୁରୀ ନିକଟରେ ଲାଇନ୍‌ଚ୍ୟୁତ ହୋଇଛି। ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି ବୋଲି କୁହାଯା‌ଇଛି।