କଟକ ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ : ଜଣେ ମୃତ, ଅନେକ ଆହତ

ଭୁବନେଶ୍ୱର, ୩୦/୦୩ : ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ।  ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଏସସିବି ପକ୍ଷରୁ ଜଣାପଡିଛି  ।  ଅନେକ ଆହତ ହୋଇଥିବା ଖବର ଆସିଛି । ଚୌଦ୍ବାରା ନିର୍ଗୁଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି ।  ଟ୍ରେନ୍‌ର ୧୧ ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଖବର ପାଇଁ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବ । ଭୀଷଣ ଡହ ଡ଼ହ ଖରାରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । କେତେବେଳେ ଟ୍ରେନ ଚଳାଚଳ ସ୍ୱଭାବିକ ହେବ ତାର ମଧ୍ୟ ସୂଚନା ନାହିଁ । କିନ୍ତୁ ବର୍ତ୍ତମାନ ର ସୂଚନା ଅନୁଯାୟୀ ଜଣେ ଯାତ୍ରୀ ମୃତ ହୋଇଥିବା ବେଳେ ତାଙ୍କ ମୃତ ଦେହ କଟକ ବଡ ମେଡିକାଲରେ ପହଂଚିଛି , ସେପଟେ ଏନେଇ ଏଗାରଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା  ଦେଇଛନ୍ତି ସିପିଆରଓ । ଏହା ଭିତରେ ଏସି ବଗି ଗୁଡିକ ରହିଥିବା କହିଛନ୍ତି ପୂର୍ବତଟ ରେଳପଥ ଅଧିକାରୀ  । ଅନ୍ୟପକ୍ଷରେ ସେଠାକୁ ମେଡ଼ିକାଲ ଟିମ ପଠାଇ ଦିଆଯାଇଛି ଏହା ସହ ଏନଡିଆରଏଫ ଓ ଫାୟାର ଟିମ୍ ପଠାଇ ଦିଆଯାଇଛି । ଯେଉଁ ଯାତ୍ରୀମାନେ ସେଠାରେ ରହିଛନ୍ତି ସେମାନଙ୍କୁ କିଭଳି ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇହେବ ସେ ବ୍ୟବସ୍ଥା କରାଯାଉଛି । ଦୁର୍ଘଟଣା ଘଟିଥିବା ସ୍ଥାନରେ ରିଷ୍ଟରେସନ କାମ ଖୁବଶୀଘ୍ର ଆରମ୍ଭ ହେବ ଓ ଅନ୍ୟାନ୍ୟ ଟ୍ରେନ ଚଳାଚଳ ବ୍ୟବସ୍ଥା ଆରମ୍ଭ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଅଶୋକ କୁମାର ମିଶ୍ର ।