ଭୁବନେଶ୍ୱର, ୨୦/୦୫ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପାଣ୍ଡିରି ଗାଁ ପାଟସାମୁଲେଇ ରୋଡରୁ ଚଢାଉ କରି ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହି ଘଟଣାରେ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ବ୍ରାଉନ ସୁଗାର ବ୍ୟବସାୟୀ ମାନେ ହେଲେ ଭଦ୍ରକ ବଡଶଙ୍କର ପୂରୁର ଶେଖ୍ ଅନିଲ , ଶେଖ୍ ସେହେଜାଦ କାଦିର ଏବଂ ଜଗତସିଂହପୁର କୃଷ୍ଣାନନ୍ଦପୂରର ଶେଖ୍ ଅମନ ଅଲ୍ଲୀ । ଅଭିଯୁକ୍ତ ମାନଙ୍କ ଠାରୁ ଦୁଇଟି ବାଇକ୍ , ମୋବାଇଲ ଫୋନ ଓ ନଗଦ ଟଙ୍କା ଜବତ ହୋଇଛି ।