ଭୁବନେଶ୍ୱର, ୨୪/୧୧ : ଟଙ୍କା ଦିଅ ଆଉ ଜିଏସଟି ଫାଙ୍କ ! ଟଙ୍କା ନଦେଲେ ଚାଲିବ ଚଢାଉ। ଏମିତ ଢଙ୍ଗରେ ବ୍ୟବସାୟୀଙ୍କୁ ୪ ଲକ୍ଷର ଡିମାଣ୍ଡ କରି ଫସିଗଲେ ଦୁଇ ଜିଏସଟି ଅଧିକାରୀ। ସିବିଆଇ ହାତରେ ଧରାପଡ଼ିଲେ ଦୁଇ CGST ସୁପରିଟେଣ୍ଡ । ୩ଲକ୍ଷ ଲାଞ୍ଚ ନେବା ବେଳେ ରେଡ ହାଣ୍ଡ ଧରିଲା ସିବିଆଇ । ଭୁବନେଶ୍ୱରCGST କାର୍ଯ୍ୟାଳୟ ରେ ରେଡ କରି ଦୁଇ ଜଣ ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ। ସେମାନେ ହେଲେ ଟିକାଲାଲ ସୁଲିଆ ଏବଂ ଦିଲ୍ଲୀ କିଶୋର ରମନ । ଯେକି ଭୁବନେଶ୍ୱର କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ର ଅଧୀକ୍ଷକ ଭାବେ କାର୍ଯ କରନ୍ତି । ଦୁଇ ଜଣ ଅଧିକାରୀଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ।
ମିଳିଥିବା ଏକ ଅଭିଯୋଗ ଆଧାରରେ CBI, ଭୁବନେଶ୍ୱର CGSTର ଦୁଇ ଅଧୀକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଅଭିଯୋଗ ଅନୁଯାୟୀ, ଅଭିଯୋଗକାରୀଙ୍କ କମ୍ପାନୀର ଚାରି ବର୍ଷର ଅଡିଟ୍ ପ୍ରକ୍ରିୟାକରଣ କରିବା ପାଇଁ ଦୁଇ ଅଧୀକ୍ଷକ ୪ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ । ଆଜି ଲାଞ୍ଚ ଟଙ୍କା ନେଇ କାର୍ଯ୍ୟାଳୟକୁ ଆସିବା ପାଇଁ ଅଭିଯୋଗକାରୀଙ୍କୁ କହିଥିଲେ ଅଭିଯୁକ୍ତ ଅଧୀକ୍ଷକ ଦୁଇ ଜଣ । ଏହାପରେ CBI ପକ୍ଷରୁ ଏକ ଯୋଜନାବଦ୍ଧ ଚଢ଼ାଉ (ଟ୍ରାପ୍) କରାଯାଇଥିଲା । ଆଉ ଅଭିଯୋଗକାରୀଙ୍କଠାରୁ ୩ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଉଭୟ CGST ଅଧୀକ୍ଷକଙ୍କୁ ଧରିଥିଲା CBI ଟିମ୍ । ଉଭୟଙ୍କୁ ସିବିଆଇ କାର୍ଯାଳୟରେ ମାରାଥନ ଜେରା ଚାଲିଛି । ତାଙ୍କର ବିଭିନ୍ନ ଘର ଓ ସମ୍ପର୍କିଙ୍କ ଘରେ ରେଡ ମଧ୍ୟ ଜାରି ରଖିଛି ସିବିଆଇ ।