ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟଗୃହ ଲୋକସଭା ଓ ରାଜ୍ୟ ସଭାରେ ତାଙ୍କର ଅଭିଭାଷଣ ରଖିବେ । ଏହି ଅଧିବେଶନ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲୁ ରହିବାର ସମ୍ଭାବନାରହିଛି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।
ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ବଜେଟରେ ମଧ୍ୟବିତ୍ତ ପରିବାର ପାଇଁ ଆୟକର ପରିମାଣ କେତେ ରଖିବେ ତାକୁ ନେଇ ବିଭିନ୍ନ ମହଲରେ ସଂଶୟ ଦେଖା ଦେଇଛି । ତେବେ ବଜେଟରେ ଆୟକର ଛାଡ଼ସୀମା ୫ ଲକ୍ଷ ପର୍ଯ୍ୟନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।