ଭୁବନେଶ୍ୱର : ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଣ୍ଡରା ଛକ ପୁରୀ ବାଇପାସ୍ ରୋଡ ନିକଟରେ ଗୋପବନ୍ଧୁ ନଗର ଠାରେ ଅବସ୍ଥିତ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନ୍ତେବାସୀଙ୍କ ପାଇଁ ନବବସ୍ତ୍ର, ମିଷ୍ଠାନ୍ନ ବଣ୍ଟନ ଓ ମଧ୍ୟାହ୍ନ ଭୋଜନ ସହ ସଭା ଅନୁଷ୍ଠିତ ହୋଇଥିଲା । ଏଥିସହିତ ବୃଦ୍ଧାଶ୍ରମ ପରିସରରେ ଥିବା ଉକିଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।
