ଓଡିଶା ଖବର : ଯେଉଁ ଗୃହରେ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ଓ ଉତମ ବୁଝାମଣା ଥାଏ, ତାହା ସ୍ୱର୍ଗ ସମାନ ଶାନ୍ତି ମିଳେ ବୋଲି କୁହାଯାଏ। ସେହି ଘରେ ସର୍ବଦା ଦେବୀ ଦେବତାଙ୍କ କୃପା ରହିଥାଏ ବୋଲି ମାନ୍ୟତା ରହିଛି। ବାସ୍ତୁ ଶାସ୍ତ୍ରରେ କେତେକ ସହଜ ଉପାୟ ବିଷୟରେ ଉଲ୍ଲେଖ ରହିଛି, ଯାହାର ପାଳନ କରାଗଲେ ପରିବାର ମଧ୍ୟରେ ସୁଖସମୃଦ୍ଧି ସର୍ବଦା ରହିଥାଏ। ଆସନ୍ତୁ ଜାଣିବା ……
– ଯେତେବେଳେ ଘରକୁ ମିଠା, ଫଳ ଆଦି ଆଣୁଛନ୍ତି, ସେଥିରୁ ପ୍ରଥମେ କିଛି ଭଗବାନଙ୍କ ପାଖରେ ଅର୍ପଣ କରନ୍ତୁ। ଏହାପରେ ଘରେ ଥିବା ଗୁରୁଜନ ଓ ଛୋଟ ପିଲାଙ୍କୁ ଦେଇ ନିଜେ ଗ୍ରହଣ କରନ୍ତୁ। ଗୁରୁଜନଙ୍କ
ଆଶୀର୍ବାଦ ଓ ପିଲାଙ୍କ ସୁଖି ଘରେ କଦାପି ଅନ୍ନ ଓ ଧନ ଅଭାବ ଦେଇ ନଥାଏ।
– ଘରେ ପ୍ରତିଦିନ ପୂଜା କରିବା ସମୟରେ କର୍ପୂର ଲଗାନ୍ତୁ। ଏହା ଗୃହରେ ଶାନ୍ତିର ବାତାବରଣ ରଖିଥାଏ।
– ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ନିକଟରେ ପଂଚମୁଖୀ ଦୀପ ଲଗାନ୍ତୁ।
– ଘରର ସଧବା ନାରୀ ନିଜ ହସ୍ତରେ ସବୁଜ ରଙ୍ଗର ଚୁଡ଼ି ନିଶ୍ଚୟ ପିନ୍ଧନ୍ତୁ।ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ହସଖୁସି ସର୍ବଦା ରହିଥାଏ।
– ଘରେ କୌଣସି ଭଙ୍ଗା ବାସନ, କାଚ, ଅନାବଶ୍ୟକ ସାମଗ୍ରୀ ରଖନ୍ତୁ ନାହିଁ।
– ଘରର ସିଢିଘର ତଳେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ। ଏହି ସ୍ଥାନକୁ ସର୍ବଦା ସଫା ରଖନ୍ତୁ।
– ଘର ପୋଛିବା ସମୟରେ ଅଳ୍ପ ଲୁଣ ସେହି ପାଣିରେ ମିଶାଇ ପୋଛନ୍ତୁ।
– ରୋଷଇ ଘରେ ରୁଟି ପ୍ରସ୍ତୁତ କରିବା ପୂର୍ବରୁ ତାୱା ଗରମ ହେବା ମାତ୍ରେ ସାମାନ୍ୟ ପାଣି ଛିଟା ପକାଇବା ପରେ ହିଁ ରୁଟି କରନ୍ତୁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ବୃଦ୍ଧି ପାଇଥାଏ।
– ଘରର ମୁଖ୍ୟ ଦରଜା ସମ୍ମୁଖରେ ଜୋତା ଚପଲ ଏଣେତେଣେ ପକାନ୍ତୁ ନାହିଁ। ଏହାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ରଖନ୍ତୁ।
– ଗହମ ପେଷାଇବାକୁ ଦେବା ପୂର୍ବରୁ ସେଥିରେ କିଛି ଚଣା ମିଶାନ୍ତୁ।