ନୂଆଦିଲ୍ଲୀ, ୦୯/୦୯ : ଆଜି ଉପରାଷ୍ଟ୍ରପତି ନିର୍ବାଚନ । କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି ? ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ । ସଂଧ୍ୟା ୬ଟାରେ ଭୋଟ ଗଣତି ଓ ଫଳାଫଳ ଘୋଷଣା । ଲୋକସଭା, ରାଜ୍ୟସଭାର ନିର୍ବାଚିତ ଓ ମନୋନୀତ ସଦସ୍ୟ ଭୋଟ ଦେବେ । ସିକ୍ରେଟ ବାଲଟରେ ହେବ ମତଦାନ । କୌଣସି ଦଳ ନିଜ ସାଂସଦଙ୍କୁ ହ୍ବିପ ଜାରି କରିପାରିବେ ନାହିଁ । ଆଣ୍ଟି ଡିଫେକସନ ଆଇନ ମଧ୍ୟ ଲାଗୁ ହେବ ନାହିଁ । ଇଲେକ୍ଟୋରାଲ କଲେଜ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ ୭୮୬ ଇଲେକ୍ଟୋରାଲ । ଲୋକସଭାର ୫୪୨ , ରାଜ୍ୟସଭାର ୨୩୩ ଓ ୧୨ ମନୋନୀତ ସଦସ୍ୟ ବିଜୟ ପାଇଁ ୩୯୨ ଭୋଟ ଆବଶ୍ୟକ । ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କ ପାଖରେ ୪୨୩ ସମର୍ଥନ । ୱାଇଏସଆର ସିପି ମଧ୍ୟ ରାଧାକ୍ରିଷ୍ଣନଙ୍କୁ ସମର୍ଥନ ଦେବାକୁ ଘୋଷଣା । ଲୋକସଭାରେ ୱାଇଏସଆରସିପିର ୪ ଓ ରାଜ୍ୟସଭାରେ ୭ ସାଂସଦ । ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ନିକଟରେ ୩୨୪ ସାଂସଦଙ୍କ ସମର୍ଥନ ବି. ସୁଦର୍ଶନ ରେଡ୍ଡୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି । ଆପ୍ ବିଜେଡି ଓ ବିଆରଏସ ମତଦାନରୁ ବିରତ ରହିବେ । ନିର୍ବାଚନରେ କ୍ରସ ଭୋଟିଂର ଆଶଙ୍କା ।
