ଲାଞ୍ଚ ନେଇ ଗିରଫ ହେଲେ ବାଲିଅନ୍ତା ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟର

ଭୁବନେଶ୍ୱର, ୪/୬: ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଲାଞ୍ଚ ନେବା ଅଭିଯୋଗରେ ଆଜି ବାଲିଅନ୍ତା ତହସିଲଦାର ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଧନେଶ୍ୱର ସାହୁଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି।

ଏକ ଜମିଜମା ମାମଲା ପାଇଁ ଅଫିସ୍‌ଠୁ କିଛି ଦୂରରେ ଧନେଶ୍ୱର ଆଜି ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୂଚନା ପାଇ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏହି ମାମଲାରେ ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କ ସମ୍ପୃକ୍ତି ଅଭିଯୋଗରେ ଭିଜିଲାନ୍ସ ତହସିଲଦାର ରଶ୍ମିରେଖାଙ୍କୁ ଗିରଫ କରିବା ସହ ଧନେଶ୍ୱରଙ୍କୁ ମଧ୍ୟ ଗିରଫ କରିଛି। ଏହା ଛଡା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌ ଚାଲିଥିବା ସୂଚନା ମିଳିଛି।