ଆସନ୍ତାକାଲି ରିଲିଜ ହେବ ସ୍ପାଇ ଆକ୍ସନ୍ ଥ୍ରୀଲର ‘କିଙ୍ଗଡମ୍’

ନୂଆଦିଲ୍ଲୀ,୩୧/୦୭: ବକ୍ସ ଅଫିସରେ ଧମାକା କରିବାକୁ ଯାଉଛି ବିଜୟ ଦେବରକୋଣ୍ଡାଙ୍କ ସ୍ପାଇ ଆକ୍ସନ୍ ଥ୍ରୀଲର ‘କିଙ୍ଗଡମ୍’ । ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଫିଲ୍ମ। ସାକନିକଙ୍କ ଅନୁଯାୟୀ, ‘କିଙ୍ଗଡମ୍’ର ଆଡଭାନ୍ସ ବୁକିଂ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ଫିଲ୍ମର ପ୍ରଥମ ଦିନର ପ୍ରି-ସେଲ୍ ବିଶ୍ୱବ୍ୟାପୀ ପ୍ରାୟ ୧୩ କୋଟି ଟଙ୍କା ରହିଛି। ଯେଉଁଥିରେ ବିଦେଶୀ ବଜାରରୁ ପ୍ରାୟ ୫ କୋଟି ଟଙ୍କା ରୋଜଗାର ଅନ୍ତର୍ଭୁକ୍ତ, ଯାହାକୁ ନେଇ ଏହା ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ରୋଜଗାର ବୋଲି କୁହାଯାଏ । ‘କିଙ୍ଗଡମ୍‌’କୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍‌ ଦ୍ୱାରା U/A ସାର୍ଟିଫିକେଟ୍ ଦିଆଯାଇଛି । ଏହାର ଅର୍ଥ ହେଉଛି ୧୬ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ଲୋକମାନେ ଏହି ଫିଲ୍ମଟି ଦେଖିପାରିବେ । ‘କିଙ୍ଗଡମ୍’ ବିଷୟରେ କହିବାକୁ ଗଲେ, ‘କିଙ୍ଗଡମ୍’ ଗୌତମ ତିନ୍ନାନୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ । ସୀତାରା ଏଣ୍ଟରଟେନମେଣ୍ଟସ୍ ଏବଂ ଫର୍ଚ୍ୟୁନ୍ ଫୋର୍ ସିନେମାସ୍ ବ୍ୟାନରରେ ନାଗା ଭାମସି ଏବଂ ସାଇ ସୌଜନ୍ୟଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ସହିତ ସତ୍ୟଦେବ ଏବଂ ଭାଗ୍ୟଶ୍ରୀ ବୋର୍ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା ଆସନ୍ତାକାଲି ତେଲୁଗୁ, ହିନ୍ଦୀ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିବ ।

SBI AD