ମାଆ ଲକ୍ଷ୍ମୀଙ୍କର ଫଟୋ କିଣିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ….
ପୂଜା ପାଇଁ ମାଆ ଲକ୍ଷ୍ମୀଙ୍କର ଏପରି ଫଟୋ କିଣନ୍ତୁ, ଯେଉଁଥିରେ ସେ ପଦ୍ମ ଉପରେ ବିରାଜମାନ କରିଥିବେ।
ଫଟୋରେ ମାଆ ଲକ୍ଷ୍ମୀଙ୍କ ସହ ଯଦି ଐରାବତ ହାତୀ ଥିବେ ତେବେ ଏହା ପୂଜା ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।
ଯଦି ଫଟୋରେ ମାଆ ଲକ୍ଷ୍ମୀଙ୍କ ଦୁଇ ପାର୍ଶ୍ବରେ ଦୁଇଟି ହାତୀ ପାଣି ବୋହୁଥିବା ଅବସ୍ଥାରେ ଛିଡ଼ା ହୋଇଥିବେ ଏବଂ ମୁଦ୍ରାବର୍ଷା କରୁଥିବେ ତେବେ ଏହି ଫଟୋ ଅତ୍ୟନ୍ତ ଶୁଭ ହୋଇଥାଏ।
ଯେଉଁ ଫଟୋରେ ମାଆ ଲକ୍ଷ୍ମୀଙ୍କ ହାତୀ ଶୁଣ୍ଢରେ କଳସ ଧରିଥିବ ତେବେ ଏପରି ଫଟୋ ଘରର ସୁଖ ସମୃଦ୍ଧି ପାଇଁ ଶୁଭ ଗଣାଯାଇଥାଏ।
ଲକ୍ଷ୍ମୀଙ୍କର ଏପରି ଫଟୋ କିଣନ୍ତୁ ନାହିଁ,ଯେଉଁଥିରେ ଦେବୀଙ୍କ ଗୋଡ଼ ଦେଖାଯାଉଥିବ। ଫଟୋରେ ଯଦି ଲକ୍ଷ୍ମୀଙ୍କର ଗୋଡ଼ ଦେଖାଯାଉଥିବ ତେବେ ଏହି ଲକ୍ଷ୍ମୀ ଗୋଟିଏ ସ୍ଥାନରେ ତିଷ୍ଠି ନଥାଆନ୍ତି। ଏଥିପାଇଁ ବସିଥିବା ଲକ୍ଷ୍ମୀ ପୂଜା ପାଇଁ ଶ୍ରେଷ୍ଠ ହୋଇଥାଆନ୍ତି।
ମାଆ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହ ଗରୁଡ଼ ଦେବତାଙ୍କ ଉପରେ ବିରାଜମାନ ହୋଇଥିବା ଫଟୋ ପୂଜା ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି ଫଟୋ ପୂଜା କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ସହିତ ଶାନ୍ତି ମଧ୍ୟ ବଜାୟ ରହିଥାଏ। ବୈବାହିକ ଜୀବନରେ ପ୍ରେମ ବଜାୟ ରହିଥାଏ।
ପେଚା ଉପରେ ବିରାଜମାନ ହୋଇଥିବା ମାଆ ଲକ୍ଷ୍ମୀଙ୍କ ଫଟୋ ପୂଜା କରିବା ଅନୁଚିତ୍। କେବେ ବି ଏକା ମାଆ ଲକ୍ଷ୍ମୀଙ୍କର ପୂଜା କରିବା ଅନୁଚିତ୍। ଫଟୋରେ ଗଣେଶ ଏବଂ ସରସ୍ବତୀ ମଧ୍ୟ ରହିଲେ ଏହା ଖୁବ୍ ଶୁଭ ହୋଇଥାଏ। ମାଆ ଲକ୍ଷ୍ମୀ ଦୁଇ ହାତରେ ଧନ ବର୍ଷା କରୁଥିବା ଫଟୋ ମଧ୍ୟ ଖୁବ୍ ଶୁଭ ହୋଇଥାଏ।