ରାହୁ କେତୁଙ୍କୁ ପ୍ରସନ୍ନ କରିବାକୁ ହେଲେ ଭଗବାନ ଶିବଙ୍କୁ କରନ୍ତୁ ଆରାଧନା : ସବୁ କଷ୍ଟରୁ ମିଳିବ ମୁକ୍ତି

ଭୁବନେଶ୍ୱର ୧୭/୮ : କୁଣ୍ଡଳୀରେ ସମସ୍ତ ଗ୍ରହ ନକ୍ଷତ୍ରଙ୍କର ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । କେଉଁ ଗ୍ରହ ଭଲ ସମୟ ନେଇ ଆସିଥାନ୍ତି ତ କେଉଁ ଗ୍ରହ ଖରାପ ସମୟ ନେଇ ଆସିଥାନ୍ତି । ଯଦି କୁଣ୍ଡଳୀରେ ରାହୁ କେତୁ ପ୍ରବେଶ କରିଥାନ୍ତି ତାହେଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଯଦି ରାହୁ କେତୁ କାହା ଉପରେ ପ୍ରସନ୍ନ ହୁଅନ୍ତି ତାହେଲେ ସବୁ ପ୍ରକାର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେ, ଯେତେବେଳେ ସମସ୍ତ ଗ୍ରହ ରାହୁ କେତୁ ମଧ୍ୟକୁ ଆସନ୍ତୁ ସେତେବେଳେ କାଳସର୍ପ ଯୋଗ ହୋଇଥାଏ । ମାତା-ପିତାଙ୍କ ସେବା କରୁଥିବା ବ୍ୟକ୍ତିଙ୍କୁ କେବେ କାଳସର୍ପ ଦୋଷ କଷ୍ଟ ଦେଇନଥାଏ । ଯେଉଁମାନଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ ଥାଏ ସେମାନଙ୍କୁ କାଳସର୍ପ ଦୋଷ ଶାନ୍ତିପୂଜା କରାଇବା ଉଚିତ । ରାହୁ ଗ୍ରହ ଭଗବାନ ଶିବଙ୍କ ପରମ ଭକ୍ତ । ସେଥିପାଇଁ ରାହୁଙ୍କୁ ଶାନ୍ତ କରିବାକୁ ଭଗବାନ ଶିବଙ୍କୁ ଆରାଧନା କରିବା ଉଚିତ ।

ରାହୁ କେତୁ ପ୍ରକୋପରୁ ରକ୍ଷା ପାଇବା ପାଇଁ ସୋମବାର ବ୍ରତ କରିବା ଉଚିତ ଏବଂ ଶିବଙ୍କୁ ଆରାଧନା କରିବା ଉଚିତ । ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କ ପାଖରେ ଦୀପ ଜଳାଇ ଆରାଧନା କରିବା ଉଚିତ । ଧଳା ଭୋଗ ଯେପରିକି କ୍ଷୀରି, ମିଠା, କ୍ଷୀରରେ ତିଆରି ପଦାର୍ଥ ଭୋଗ କରିବା ଉଚିତ । ଯଦି ରାହୁ ମହାଦଶା ଚାଲିଛି ଏବଂ ସୂର୍ଯ୍ୟ, ଚନ୍ଦ୍ର ତଥା ମଙ୍ଗଳଙ୍କ ଅନ୍ତର ଆପଣଙ୍କୁ କଷ୍ଟ ଦେଉଛନ୍ତି ତାହେଲେ ପ୍ରତିଦିନ ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରି କଞ୍ଚା କ୍ଷୀରରେ ଅଭିଷେକ କରିବା ଉଚିତ ।

ଯଦି ଆପଣଙ୍କ ଜନ୍ମାଙ୍କରେ ରାହୁ ଗ୍ରହ ଚନ୍ଦ୍ର, ସୂର୍ଯ୍ୟଙ୍କୁ ଦୂଷିତ କରୁଛି ତାହେଲେ ବ୍ୟକ୍ତିଙ୍କୁ ଶ୍ରଦ୍ଧାର ସହ ଭଗବାନ ଶିବଙ୍କୁ ଆରାଧନା କରିବା ଉଚିତ । ରାହୁ ଗ୍ରହକୁ ଶାନ୍ତ କରିବାକୁ ଶିବ ପୁରାଣ ପାଠ କରିବା ଉଚିତ । ଶିବଙ୍କ ମନ୍ତ୍ର ଓଁ ନମଃ ଶିବାୟ ଜପ କରିବା ଉଚିତ । ଏହାଦ୍ୱାରା ସବୁ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ ।