ଅଜବ କ୍ୟାଫେ

0

ଗୁଜୁରାଟର ଅହମ୍ମଦାବାଦ ଠାରେ ଏପରି ଏକ ହୋଟେଲ୍‌ ରହିଛି, ଯେଉଁଠାରେ ଖାଇବାପରେ କୌଣସି ବିଲ୍‌ ପଇଠ କରିବାକୁ ପଡିନଥାଏ । ସେଠାରେ ରହିଥିବା ଗୁଜୁରାଟ ସେବା କ୍ୟାଫେ “ଅତିଥି ଦେବୋ ଭବଃ’’ ଭାବନାରେ ପରିଚାଳିତ । ଏହାବ୍ୟତିତ ସେଠାରେ ରାତି ଏବଂ ଅପରାହ୍ନରେ ଖାଇବା ବିନାମୂଲ୍ୟରେ ଦିଆଯାଏ । ପ୍ରାୟ ୧୧ ବର୍ଷ ହେବ ଏହିଭଳି ସେବା ଯୋଗାଇ ଦେଇଆସୁଛି “ ସେବା କ୍ୟାଫେ’’ । ସେବା କ୍ୟାଫେ ମାନବ ସେବାର ଉଦ୍ଦେଶ୍ୟ ନେଇ ଏପରି କାମ କରୁଥିବା ଜଣାପଡିଛି । କ୍ୟାଫେରେ କାର୍ଯ୍ୟରତ ଲୋକମାନେ ମଧ୍ୟ ଜଣେ ଜଣେ ସ୍ୱଚ୍ଛାସେବୀ । ଏଠାରେ କ୍ୟାଫେକୁ ଆସୁଥିବା ଲୋକଙ୍କୁ ଆଦର ଏବଂ ସମ୍ମାନର ସହ ଖାଇବା ପରସା ଯାଏ ।

Leave A Reply

Your email address will not be published.