ସିଡନୀ, ୩୦/୧୧: ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆ-ଇଣ୍ଡିଆ ଟେଷ୍ଟ ସିରିଜ୍ ପୂର୍ବରୁ ବିଦେଶରେ ଟେଷ୍ଟ ଡେବୁ୍ୟ କିରବାକୁ ଥିବା ଯୁବତାରକା ପୃଥ୍ୱୀ ସହ ଆହତ ହୋଇଛନ୍ତି । ପୃଥ୍ୱୀ ଅଭ୍ୟାସ ମ୍ୟାଚରେ ୬୬ ରନ ସଂଗ୍ରହ କରିବା ପରେ ଫିଲïିଂ ବେଳେ ଏହିସ ମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏକ କ୍ୟାଚ୍ ଧରିବାକୁ ଯାଇ ବାଉଣ୍ଡ୍ରିରେ ନିକଟରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ଟିମ ଫିଜିଓ ଓ ଅନ୍ୟ ଜଣେ କର୍ମୀଙ୍କ ସାହାଯ୍ୟରେ ପୃଥ୍ୱୀଙ୍କ ଚେଞ୍ଜିଂରୁମ୍ ଓ ପରେ ହସ୍ପିଟାଲକୁ ନିଆଯାଇଥିଲା । ତେବେ ପୃଥ୍ୱୀଙ୍କ ଆଘାତ କେତେ ଗୁରୁତର ଓ ସେ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଫିଟ୍ ହେବେ କି ନାହିଁ ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।