ନୂଆଦିଲ୍ଲୀ, ୧୧/୦୬ : ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍ର ଦଶମ ସଂସ୍କରଣ ଶୁକ୍ରବାରଠୁ ଇଂଲଣ୍ଡର ୭ଟି ଭେନ୍ୟୁରେ ଖେଳାଯିବ । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୨ ଦଳ ଅଂଶଗ୍ରହଣ କରୁଥିଲା ବେଳେ ମୋଟ ୩୩ ମ୍ୟାଚ୍ ଖେଳାଯିବ । ୧୨ ଦଳକୁ ୨ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି । ଗ୍ରୁପ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍ରେ ପ୍ରତି ଦଳ ସହ ରାଉଣ୍ଡ ରବିନ୍ ଫର୍ମାଟ୍ରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସେମିପାଇନାଲ୍ ପହଞ୍ଚିବେ ।