ଆଖିରେ ଜୀବନ୍ତ ମହୁମାଛି !

0

ପ୍ରାୟତଃ ଲୋକମାନେ ଆଖିରେ ଧୂଳି, ଉଡ଼ୁଥିବା ଛୋଟ ଛୋଟ ପୋକ ଆଦି ପଡ଼ିବାର ଅନେକ ଘଟଣା ଆପଣ ଶୁଣିଥିବେ ବା କଦବା କ୍ୱଚିତ ଏହାର ଶିକାର ମଧ୍ୟ ହୋଇଥିବେ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଇବାନ୍‌ର ଏକ ଡ଼ାକ୍ତରଖାନାରେ ଏଭଳି ଏକ ଘଟଣା ଶୁଣିବାକୁ ମିଳିଛି ଯେ ଜଣେ ଯୁବତୀ ଆଖିରୋଗୀଙ୍କ ଆଖିରୁ ଚାରି ଚାରିଟି ଜୀବନ୍ତ ମହୁମାଛି ବାହାରିଛନ୍ତି । ୨୦ ବର୍ଷିୟା ଏମ୍‌ଏସ୍‌ ହୀ ନାମ୍ନୀ ଯୁବତୀ ତାଇୱାନର ସଂପୃକ୍ତ ଡ଼ାକ୍ତରଖାନାକୁ ଆସିଥିଲା ଆଖି ଫୁଲିବା ଏବଂ କୁଣ୍ଡିଆ ଏବଂ ଯନ୍ତ୍ରଣା ହେବା କାରଣରୁ । ସେ ଡ଼ାକ୍ତରଙ୍କୁ ଜଣାଇବା ମୁତାବକ କାମ କରୁଥିବା ସମୟରେ ହଠାତ୍‌ ପବନ ସହ କିଛି ଆସି ତାଙ୍କ ଆଖିରେ ପଡ଼ିବା ସେ ଅନୁଭବ କରିଥିଲେ । ଆଖି ଧୋଇବା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ବରଂ ଯନ୍ତ୍ରଣା ସହ ଆଖିରି ଅନବରତ ଲୁହ ଝରିବା ଲାଗିଥିଲା । ପରେ ପରେ ଡ଼ାକ୍ତରମାନେ ପରୀକ୍ଷା ପରେ ଜାଣିବାକୁ ପାଇଲେ ଯେ ସଂପୃକ୍ତ ଯୁବତୀଙ୍କ ଆଖିରେ ରହିଛି ଜୀବନ୍ତ ଚାରିଟି ମହୁମାଛି । ତାଇୱାନର ଫାଁୟିନ ୟୁନିଭରସିଟି ଡ଼ାକ୍ତରଖାନାରେ ଏମ୍‌ଏସ୍‌ ହୀଙ୍କ ଚିକିସିା ଚାଲିଥିବା ସମୟରେ ଆଖି ଚିକିସିା ବିଶେଷଜ୍ଞ ଚି ଥୀଙ୍ଗ ତାଙ୍କ ଆଖିରୁ ଚାରିଟି ଜୀବନ୍ତ ମହୁମାଛିକୁ ଗୋଟି ଗୋଟି କରି ମାଇକ୍ରୋସ୍କୋପ ମାଧ୍ୟମରେ ବାହାର କରିଛନ୍ତି । ଆଖି ବିଶେଷଜ୍ଞଙ୍କ ମୁତାବକ ତାଙ୍କ ଜାଣିବାରେ ଏହା ପ୍ରଥମ ଘଟଣା ଯେ କୌଣସି ରୋଗୀଙ୍କ ଆଖିରୁ ଜୀବନ୍ତ ମହୁମାଛି ବାହାର କରାଯାଇଛି । ଏମିତିରେ ଆଖିରେ ବିଭିନ୍ନ ପ୍ରକାର ଧୂଳିକଣା, ଛୋଟ ପୋକ ଆଦି ପଡ଼ିବାର ସମସ୍ୟାର ଚିକିସିା କରିଛନ୍ତି । କି;ୁ ଯେତେବେଳେ ଏହି ରୋଗୀଙ୍କ ଆଖି ପରୀକ୍ଷା ସମୟରେ ଜାଣିବାକୁ ପାଇଲେ ଯେ କିଛି ଜୀବନ୍ତ ପୋକ ତାଙ୍କ ଆଖିରେ ରହିଛି ତାହା ତାଙ୍କୁ ପ୍ରଥମେ ଆଶ୍ଚର୍ଯ୍ୟ କରିଥିଲା । ବିଶେଷଜ୍ଞ ଚି ଥୀଙ୍ଗଙ୍କ କହିବାନୁଯାୟୀ ଏହି ମହୁମାଛି ରୋଗୀଙ୍କ ଆଖି ଉପରେ ଆକ୍ରମଣ କରିଥିଲା । ଏହି ପ୍ରଜାତିର ମହୁମାଛି ମନୁଷ୍ୟର ସେ୍ୱଦ ପ୍ରତି ଆସକ୍ତ ହୋଇଥାନ୍ତି । ଆଉ ମଧ୍ୟ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେ ଏହି ପ୍ରଜାତିର ମହୁମାଛିମାନେ ଲୁହରେ ମହଜୁଦ୍‌ ରହୁଥିବା ଲବଣାଂଶ ପ୍ରତି ଆସକ୍ତ ହୋଇ ଆଖି ଭିତରକୁ ଚାଲି ଯାଇଥାନ୍ତି ।

Leave A Reply

Your email address will not be published.