ଆରମ୍ଭ ହେଲା ରାଜଧାନୀ ପଥୋତ୍ସବର ତୃତୀୟ ସଂସ୍କରଣ

0

ଭୁବନେଶ୍ୱର, ୨/୧୨ : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥୋତ୍ସବର ତୃତୀୟ ସଂସ୍କରଣ । ଦୀର୍ଘଦିନର ବ୍ୟବଧାନ ପରେ ପଥୋତ୍ସବକୁ ଉଦଘାଟନ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ନଗର ଉନ୍ନୟନ ମନ୍ତ୍ରୀ ନୀରଞ୍ଜନ ପୂଜାରୀ । ଏହା ତିନି ସପ୍ତାହ ଧରି ଚାଲିବ ବୋଲି ସୂଚନା ମିଳିଛି ।

ଆଜି ସକାଳ ୬ଟାରୁ ମାଷ୍ଟର କ୍ୟାଂଟିନ ଠାରୁ ରାମମନ୍ଦିର ପର୍ଯ୍ୟନ୍ତ ନାଚଗୀତର ଆସର ବେଶ ଜମିଥିଲା । ଶୀତୁଆ ସକାଳରେ ସାଇକେଲିଂ, ସ୍କେଟିଙ୍ଗ ଇତ୍ୟାଦି ସହ ମନୋରଂଜନ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ଭୁବନେଶ୍ୱରରେ ପୁରୁଷ ବିଶ୍ୱ କପ ହକି ଚାଲିଥିବାବେଳେ ହକିପ୍ରେମୀଙ୍କ ମନୋରଂଜନ ପାଇଁ ପଥୋତ୍ସବ ଆରମ୍ଭ ହୋଇଛି ।

Leave A Reply

Your email address will not be published.