ଆଲିଙ୍ଗନ ବ୍ୟବସାୟ

0

କେହି ଜଣେ ଶ୍ରଦ୍ଧାରେ ଆଲିଙ୍ଗନ କରି ଦେଲେ ମନ ପ୍ରଫୁଲ୍ଲିତ ହୋଇଉଠେ । କି;ୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଭଲ କରି କଥା ପଦେ କହିବାକୁ କାହା ପାଖରେ ସମୟ ନାହିଁ । ଆଲିଙ୍ଗନ ତ ସ୍ୱପ୍ନ ! ଏମିତିକା ବ୍ୟସ୍ତ ବିବ୍ରତ ଜୀବନରେ ଟିକେ ଆଲିଙ୍ଗନ ସୁଖ ପାଇବା ପାଇଁ ଲୋକେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । ଆଉ ଆଲିଙ୍ଗନ ସେବା ଯୋଗାଇବା ପାଇଁ ମଧ୍ୟ ଖୋଲିଲାଣି ଅନେକ କମ୍ପାନୀ । ଆମେରିକାରେ ଆଲିଙ୍ଗନ ସେବା ପ୍ରଦାନ କରୁଥିବା କିଛି କମ୍ପାନୀ ଖୋଲାଯାଇଛି । ପ୍ରଥମେ କଡ୍ଲିଷ୍ଟ୍‌, କାଡଲ୍‌ ଟାଇମ୍‌ ଓ କହଲ୍‌ ଆଦି କମ୍ପାନୀ ଏହି ଆଲିଙ୍ଗନ ଥେରାପିର ଆରମ୍ଭ କରିଥିଲେ । ଏହି ସେବା ପାଇଁ କମ୍ପାନୀ ପାଖାପାଖି ୫,୫୦୦ ଟଙ୍କା ପାରିଶ୍ରମିକ ନେଇଥାଆନ୍ତି । କେତେକ ମନୋସ୍ତ‰ବିତ୍‌ ରୋଗୀମାନଙ୍କୁ କଡାଲିଗ୍‌ ଥେରାପି ନେବାକୁ ପରାମର୍ଶ ଦେଇଥାନ୍ତି । କଡ୍ଲିଷ୍ଟ, କାଡଲ୍‌ ଟାଇମ୍‌ ଓ କହଲ୍‌ କମ୍ପାନୀ ଓ ମନୋସ୍ତ‰ବିତ୍‌ଙ୍କ ବିଶ୍ୱାସ, ଆଲିଙ୍ଗନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ନନ୍‌-ସେକ୍ସୁଆଲ ହେବା ଜରୁରୀ । ଆଲିଙ୍ଗନ ଦ୍ୱାରା ମାନସିକ ଶାନ୍ତି, ମନ ସ୍ଥିର ରହିବା ସହିତ ଶରୀରକୁ ଆରାମ ମଧ୍ୟ ମିଳିଥାଏ । ଆଲିଙ୍ଗନକୁ ନେଇ ଅନ୍ୟ କେତେକ ବିଶେଷଜ୍ଞ ମତରେ, ଏକୁଟିଆ ବସି କାନ୍ଦିବା ଓ ଜଣଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦିବା ଏ ଦୁଇଟିରେ ଆକାଶ ପାତାଳ ଫରକ ରହିଥାଏ ।

Leave A Reply

Your email address will not be published.