ଆସନ୍ତାକାଲି ଠାରୁ ବିଧାନସଭା ଶୀତ ଅଧିବେଶନ

0

ଭୁବନେଶ୍ୱର,୧୫/୧୧: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଗୁରୁବାର ପୋଲିସ ଡିଜି ଏହାର ସୁରକ୍ଷା ସମୀକ୍ଷା କରିଛନ୍ତି। ବିଧାନସଭା ସହ ନଭେମ୍ବର ୨୮ରୁ ହକି ବିଶ୍ୱକପ୍ ଆରମ୍ଭ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ଡିଜି ଗୁରୁତ୍ୱ ଦେଇଛନ୍ତି। ବିଧାନସଭାର ସୁରକ୍ଷା ପାଇଁ ମୋଟ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଚଳିତ ଅଧିବେଶନରେ ମୋଟ ୨୩ଟି କାର୍ଯ୍ୟ ଦିବସ ରହିଛି । ଏଥିମଧ୍ୟରୁ ୪ ଟି ବେସରକାରୀ ଦିବସ ରହିଥିବା ବେଳେ ୧୯ଟି ସରକାରୀ ଦିବସ ରହିଛି । ପ୍ରଫେଟ୍ ମହମ୍ମଦ ଓ ରାସ ପୂର୍ଣ୍ଣିମା ପାଇଁ ୨ ଦିନ ଛୁଟି ଓ ଦ୍ୱିତୀୟ ଶନିବାର ଓ ରବିବାର ପାଇଁ ୫ ଦିନ ଗୃହର ବୈଠକ ବସିବ ନାହିଁ । ନଭେମ୍ବର ୧୭ , ୩୦ , ଡିସେମ୍ବର ୭ ଓ ୧୪ ତାରିଖ ୪ ଦିନ ବେସରକାରୀ ଦିବସ ଭାବେ ରଖାଯାଇଛି।

Leave A Reply

Your email address will not be published.