ଇସ୍ତଫା ଦେଲେ ରମଣ ସିଂହ, ପରାଜୟ ପାଇଁ ନିଜକୁ ଦାୟୀ କଲେ

0

ରାୟପୁର, ୧୧/୧୨: ଛତିଶଗଡ଼ରେ ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ରହିଥିବା ବିଜେପିକୁ ଶକ୍ତ ଝଟକା ଦେଇଛି କଂଗ୍ରେସ। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବିଜେପି ପରାସ୍ତ କରି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ବିଜେପି ଗଡକୁ ନିଜ ହାତ ମୁଠାକୁ ଆଣିବାରେ ସଫଳ ହୋଇଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଡଃ. ରମଣ ସିଂହ ପରାଜୟ ପାଇଁ ନିଜକୁ ନୈତିକ ଦାୟୀ ମନେ କରି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି।

ନିର୍ବାଚନର ଫଳାଫଳକୁ ନେଇ ମିଡିଆରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇ ରମଣ ସିଂହ କହିଛନ୍ତି ଯେ ମୁଁ ବିଧାନସଭା ନିର୍ବାଚନରେ ପାର୍ଟିର ପରାଜୟ ପାଇଁ ନିଜକୁ ଦାୟୀ ମନେ କରୁଛି କାରଣ ଏହି ନିର୍ବାଚନ ମୋ ନେତୃତ୍ଵରେ ଲଢା ଯାଇଥିଲା। ଆଶା କରୁଛି ଯେ ନିର୍ବାଚନରେ ଜନତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କଂଗ୍ରେସ ପାଳନ କରିବ।

ରମଣ କଂଗ୍ରେସକୁ ଶୁଭକାମନା ଜଣାଇ କହିଛନ୍ତି ଯେ ରାଜ୍ୟରେ ଆମେ ଏକ ସଶକ୍ତ ବିରୋଧୀ ଭୂମିକା ନିଭାଇବୁ ଏବଂ ରାଜ୍ୟର ବିକାଶ ପାଇଁ କାର୍ୟ୍ୟ କରିବୁ। କଂଗ୍ରେସକୁ ବିଜୟ ଶୁଭକାମନା। ଏହି ପରାଜୟର ଆମେ ଆତ୍ମ ସମୀକ୍ଷା କରିବୁ। ରମଣ କହିଛନ୍ତି ଯେ ସେ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି।

ନିର୍ବାଚନର ଫଳାଫଳ ମୁତାବକ ରାଜ୍ୟ ରାଜ୍ୟର ୯୦ ସିଟ୍ ମଧ୍ୟରୁ କଂଗ୍ରେସ ୬୫ ସିଟରେ ବିଜୟୀ ହୋଇଛନ୍ତି କିମ୍ବା ଆଗୁଆ ରହିଛନ୍ତି। ଅନ୍ୟ ପଟେ ବିଜେପି ୧୬ ସିଟରେ ଆଗୁଆ ରହିଛି। ବିଏସପି ସମେତ ଅନ୍ୟ ପାର୍ଟିର ପ୍ରାର୍ଥୀ ୯ଟି ସିଟରେ ଆଗୁଆ ରହିଛନ୍ତି।

Leave A Reply

Your email address will not be published.