ଉପକାରୀ ଧନିଆ

0

ଘରେ ଘରେ ପରିଚିତ ଧନିଆ କେବଳ ମସଲା ରୂପେ ବ୍ୟବହାର ହୋଇ ନଥାଏ, ଏହା କଥାଦ୍ୟକୁ ଭିନ୍ନ ସ୍ୱାଦ ମଧ୍ୟ ଦେଇଥାଏ । ତେବେ ଧନିଆର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛ । ହର୍ବାଲ ବିଜ୍ଞାନୀ ଏହାକୁ ମଣିଷର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ବ୍ୟବହାର କରିଥାନ୍ତି ।
*ଧନିଆରେ ଅଧିକ କ୍ୟାଲସିୟମ୍‌ ରହିଥିବାରୁ ଖାଦ୍ୟ ରୂପେ ଏହାକୁ ଅଧିକରୁ ଅଧିକ ବ୍ୟବହାର କଲେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଓ ହାଡ଼ଜନିତ ସମସ୍ୟା ଦୂର ହୋଇଥାଏ ।
*ମୁଖରୁ ଦୁର୍ଗନ୍ଧ ବାହାରୁଥିଲେ ଧନିଆପତ୍ର ରସକୁ ନିୟମିତ ଭାବେ କୁଳି କଲେ ତାହା ବନ୍ଦ ହୋଇଯାଏ ।
*ସେହିପରି ଦାନ୍ତମୂଳରୁ ରକ୍ତ ବାହାରୁଥିଲେ ଓ ଏହା ଦୁର୍ବଳ ହେଉଥିଲେ ଧନିଆପତ୍ର ବାଟି ନିୟମିତ ଦାନ୍ତରେ ବ୍ୟବହାର କର;ୁ । ଏପରି କିଛି ଦିନ କଲେ ଦାନ୍ତମୂଳ ମଜଭୁତ ହେବା ସହ ରକ୍ତ ବାହାରିବା ମଧ୍ୟ ବନ୍ଦ ହୋଇଯାଏ ।
*ଶିଶୁର କାଶ ଓ ଶ୍ୱାସ ରୋଗ ହୋଇଥିଲେ ଚାଉଳ ଧୂଆ ପାଣିରେ ଏକ ଗ୍ରାମ ଧନିଆକୁ ବାଟି ସେଥିରେ ଚିନି ମିଶାଇ ପାନ କରାଇଲେ କାଶ ଓ ଶ୍ୱାସ ଭଲ ହୋଇଥାଏ ।
*ସେହିପରି ଅଧ କପ୍‌ ଧନିଆ ପତ୍ର ରସ ସହ ଅଳ୍ପ ମିଶ୍ରି ମିଶାଇ ନିୟମିତ ସେବନ କଲେ କ୍ଷୁଧାବୃଦ୍ଧି ହେବା ସହ ଭଲ ନିଦ ଏବଂ ଗ୍ୟାସଜନିତ ସମସ୍ୟା ଦୂର ହୋଇଥାଏ ।
*ବାତ ରୋଗ ହୋଇଥିଲେ ଦୁଇ ଗ୍ରାମ ଧନିଆ, ଏକ ଗ୍ରାମ ଜିରା ଓ ଏକ ଗ୍ରାମ କଳାଜିରାକୁ ନେଇ ଗୁଣ୍ଡ କରି ଦିଅ;ୁ । ଏହକୁ ଗୁଡ଼ ପାକ ବିଧି ଅନୁସାରେ ପାକ କରିଲେ ବାତ ରୋଗ ଦୂର ହୋଇଥାଏ ।

Leave A Reply

Your email address will not be published.