ନୂଆଦିଲ୍ଲୀ, ୨୯/୦୭ : ସଞ୍ଜୟ ଦତ୍ତଙ୍କ ଆଜି ୬୭ତମ ଜନ୍ମଦିନ । ସଞ୍ଜୟଙ୍କ ଜନ୍ମଦିନ ଅବସରରେ ତାଙ୍କ ପିଲାମାନେ ତ୍ରିଶାଳା, ଇକ୍ରା ଏବଂ ଶାହରାନ୍ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ବାପାଙ୍କ ପ୍ରତି ଥିବା ଭଲପାଇବା ପ୍ରକାଶ କରିଛନ୍ତି । ସଞ୍ଜୟଙ୍କୁ ଫ୍ୟାନ୍ସ ଏବଂ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ସଞ୍ଜୟ ଦତ୍ତଙ୍କ ପୁଅ ଶାହରାନ୍ ଏକ ପୋଷ୍ଟ ସେୟାର କରିଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ବାପ-ପୁଅ ଧଳା ଡ୍ରେସ ପିନ୍ଧି ଡ୍ୟାସିଂ ଲୁକରେ ନଜର ଆସିଛନ୍ତି । ଏଥିସହ ସେ ଏହି ପୋଷ୍ଟ ସେୟାର କରି ଏକ ଭାବପ୍ରବଣ ନୋଟ୍ ମଧ୍ୟ ଳେଖିଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଦୁନିଆର ସବୁଠାରୁ ଭଲ ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା । ସବୁବେଳେ ମୋ ସାଥ୍ ଦେଉଥିବାରୁ, ମୋତେ ସପୋର୍ଟ କରୁଥିବାରୁ ଏବଂ ସବୁଦିନ ମତେ ପ୍ରେରଣା ଦେଉଥିବା ପାଇଁ ତୁମକୁ ଧନ୍ୟବାଦ । ଭଗବାନ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ପ୍ରଚୁର ଖୁସି ଏବଂ ଆଗାମୀ ବର୍ଷ ସୁନ୍ଦର ହେଉ । ତୁମକୁ ବହୁତ ବହୁତ ଭଲପାଇବା । ପୁଅର ଏହି ପୋଷ୍ଟର ଉତ୍ତର ଦେଇ ସଞ୍ଜୟ ଦତ୍ତ ଲେଖିଛନ୍ତି ଯେ, ମୁଁ ତୁମକୁ ବହୁତ ଭଲ ପାଏ ଏବଂ ସବୁବେଳେ ତୁମ ସହିତ ଛିଡା ହେବି ।
ସଞ୍ଜୟ ଦତ୍ତଙ୍କ ଝିଅ ଇକ୍ରା ମଧ୍ୟ ତାଙ୍କ ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଇକ୍ରା ତାଙ୍କ ବାପା ସଞ୍ଜୟଙ୍କ ସହ ଏକ ପିଲାଦିନର ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋରେ ସେ ତାଙ୍କ ବାପାଙ୍କ କୋଳରେ ବସିଥିବାର ଦେଖିବାକୁ ମିଳିଛି । ଯାହା ସମସ୍ତ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛି । ଅନ୍ୟପଟେ ସଞ୍ଜୟ ଦତ୍ତଙ୍କ ପ୍ରଥମ ପତ୍ନୀଙ୍କଠାରୁ ଜନ୍ମିତ ବଡ଼ ଝିଅ ତ୍ରିଶଳା ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବାପାଙ୍କୁ କିସ୍ କରୁଥିବାର ନଜର ଆସିଛି । ସେ ଫଟୋର କ୍ୟାପସନରେ ଲେଖିଛନ୍ତି ଯେ, ମୋ ଆତ୍ମାର ଅନ୍ୟ ଅଂଶକୁ ଜନ୍ମଦିନର ଶୁଭେଚ୍ଛା । ମୁଁ ତୁମକୁ ବହୁତ ଭଲପାଏ ପାପା ।
