ଋତୁସ୍ରାବ ସମସ୍ୟାର ଉପଚାର

0

*ହଳଦୀ ନା କେବଳ ରୋଷେଇ କରିବା ପାଇଁ ବ୍ୟବହାର କରାଯାଏ ତା’ନୁହେଁ ଏହା ଶରୀରର ବିଭିନ୍ନ ରୋଗକୁ ମଧ୍ୟ ଭଲ କରେ । ତେବେ ହଳଦୀ ଋତୁସ୍ରାବକୁ ନିୟମିତ କରିବାରେ ସାହାର୍ଯ୍ୟ କରେ । ପାଣିକୁ ଗରମ କରି ସେଥିରେ ଅଧା ଚାମଚ ହଳଦୀ ପକାନ୍ତୁ ଏବଂ ଏହାକୁ ସକାଳ ଏବଂ ସନ୍ଧ୍ୟାରେ ପ୍ରତିଦିନ ପିଅନ୍ତୁ ଏହା ଋତୁସ୍ରାବକୁ ନିୟମିତ କରାଇଥାଏ ।
* କେତେକ ମହିଳାଙ୍କର ଋତୁସ୍ରାବ ସମୟରେ ପେଟ ବ୍ୟଥା ହୋଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଏକ ବୋତଲରେ କିଛି ଗରମ ପାଣି ରଖି ସେହି ବୋତଲକୁ ତଳି ପେଟରେ ଧୀରେଧୀରେ ତଳ ଉପର କରନ୍ତୁ । ଏହାଦ୍ୱାରା କିଛି ପରିମାଣର ପେଟ ବ୍ୟଥା କମ୍‌ ହୋଇଥାଏ ।
* ଯେଉଁ ଝିଅମାନଙ୍କର ଶରୀରର ଓଜନ ଅଧିକ ରହିଥାଏ ସେମାନଙ୍କର ଋତୁସ୍ରାବରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ସେଥିପାଇଁ ସେମାନେ ପ୍ରତିଦିନ ଯୋଗ ଏବଂ ବାୟାମ ନିୟମିତ କରିବା ଆବଶ୍ୟକ । କିନ୍ତୁ ଋତୁସ୍ରାବ ସମୟରେ ଯଦି ପେଟ ବ୍ୟଥା ଅଧିକ ପରିମାଣର ହେଉଥାଏ ତେବେ ସେମାନେ ବାୟାମ କମ୍‌ କରିବା ଦରକାର ।
* ଋତୁସ୍ରାବ ସମୟରେ ଇମ୍ଫେକ୍ସନ୍‌ ହେବାର ସମସ୍ୟା ବହୁମାତ୍ରାରେ ଦେଖାଯାଏ । ସେଥିପାଇଁ ନିଜକୁ ସଫାସୁତୁରା ରଖିବା ପାଇଁ ଋତୁସ୍ରାବ ସମୟରେ ପ୍ରତି ୬ଘଣ୍ଟାରେ ଥରେ ପ୍ୟାଡ୍‌ ବଦଳାଇବା ଦରକାର ।
* ମୁଣ୍ଡବ୍ୟଥା, ଅଣ୍ଟା ବିନ୍ଧା, ନିଦ ଲାଗିବା, ଏବଂ ତଳି ପେଟ ଦର୍ଜ ହେବା ଭଳି ସମସ୍ୟା ଋତୁସ୍ରାବ ସମୟରେ ଦେଖାଯାଇଥାଏ । ଏହି ସବୁ ସମସ୍ୟା ଋତୁସ୍ରାବ ସରିବା ସହ ବନ୍ଦ ହୋଇଯାଇଥାଏ । କିନ୍ତୁ ଏହି ସବୁ ସମସ୍ୟାରୁ ତୁରନ୍ତ ମୁକ୍ତି ପାଇବାକୁ ହେଲେ ନିୟମତ ବାୟାମ ସହ ପ୍ରପର ଡାଏଟ୍‌ ଫଲୋ କଲେ ଏହାର ପରିମାଣ କମ୍‌ ହୋଇଥାଏ । ଏଥିସହ ଧ୍ୟାନ ଦେବା ଦରକାର ଋତୁସ୍ରାବ ସମୟରେ ଅଧିକ ଓଜନର ଜିନିଷ ନଉଠାନ୍ତି ।

Leave A Reply

Your email address will not be published.