ଋଷଭ ପନ୍ତ ବିଶ୍ଵ କପ୍ ଦଳରେ ସାମିଲ ହୋଇ ପାରନ୍ତି : ପ୍ରସାଦ

0

ଦିଲ୍ଲୀ,୧୩/ ୧: ଭାରତର ଯୁବ ଉଦୀୟମାନ ଯୁବ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଚାମ୍ପିଅନ କ୍ରିକେଟ୍ ଖେଳାଳି ହେବା ଦିଗରେ ଆଗକୁ ବଢୁଛନ୍ତି। ଏହା ସହିତ ସେ ଖେଳର ପ୍ରତ୍ୟେକ ଫର୍ମାଟରେ ଯୋଗ୍ୟ ଖେଳାଳି ହୋଇଥିବାରୁ ସେ ୨୦୧୯ ବିଶ୍ଵ କପରେ ନିଶ୍ଚିତ ରୂପେ ଭାରତୀୟ ଦଳ ଯୋଜନାର ଅଂଶ ବୋଲି କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ବିଶ୍ରାମ ଦିଆଯିବା ପରେ ବିଶ୍ଵ କପ ପାଇଁ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଦଳରେ ତାଙ୍କର ସ୍ଥାନକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି।

ପ୍ରସାଦ ଏକ ସାକ୍ଷାତକାରରେ କହିଛନ୍ତି ଯେ ଋଷଭ ଅଷ୍ଟ୍ରେଲିଆରେ ତିନୋଟି ଟି-୨୦ ଓ ୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏଥିରେ ତାଙ୍କର ଶରୀର ଉପରେ ପ୍ରଭାବ ପଡ଼ିଛି। ତେଣୁ ତାଙ୍କୁ ଦୁଇ ସପ୍ତାହ ବିଶ୍ରାମର ଆବଶ୍ୟକତା ରହିଛି। ଏହା ପରେ ଆମେ ନିଷ୍ପତ୍ତି ନେବୁ ଯେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ କେତେ ମ୍ୟାଚ୍ ସେ ଖେଳିବେ। କିନ୍ତୁ ସେ ବିଶ୍ଵ କପ ଦଳରେ ଯୋଜନାର ଏକ ଅଂଶ। ସେ ଚାମ୍ପିୟନ କ୍ରିକେଟ୍ ହେବା ଦିଗରେ ଅଗ୍ରସର ହେଉଛନ୍ତି। ପ୍ରସାଦ ଏହାକୁ ନେଇ ଖୁସ ପ୍ରକଟ କରିଛନ୍ତି ଯେ ଋଷଭ ଏହା ବୁଝି ପାରୁଛନ୍ତି ଯେ ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ତାଙ୍କଠୁ କଣ ଆଶା ରଖିଛନ୍ତି।

SBI AD
Leave A Reply

Your email address will not be published.