ନୀଳଗିରି, ୭/୧୨: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସନ୍ତରାଗାଡ଼ିଆରେ ଥିବା ଏକ୍ସିସ୍ ବ୍ୟାଙ୍କ୍ର ଏଟିଏମ୍କୁ ଗ୍ୟାସ କଟରରେ କାଟି ଲୁଟେରାମାନେ ଲକ୍ଷ ଲକ୍ଷ ଟଙ୍କା ନେଇଯାଇଛନ୍ତି । ଗତ ମାସକ ମଧ୍ୟରେ ଏହା ବାଲେଶ୍ୱର ଜିଲ୍ଲାରେ ତୃତୀୟ ଏଟିଏମ ଲୁଟ୍ ଘଟଣା ବୋଲିି ଜଣାପଡ଼ିଛି । କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡ଼ି ନ ଥଲେ ମଧ୍ୟ ଗତକାଲିି ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଏଟିଏମ୍ରେ ୨୦ ଲକ୍ଷ ଟଙ୍କା ଜମା କରିଥିଲେ । କେବଳ ୧୦/୧୨ ଘଣ୍ଟା ମଧ୍ୟରେ ଯାହା ଟଙ୍କା ଲୋକେ ଉଠାଣ କରିଥିିବେ । ଅବଶିଷ୍ଟ ଟଙ୍କା ଏଟିଏମରେ ଥିଲା । ତେଣୁ ଲକ୍ଷ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ସ୍ପଷ୍ଟ ହୋଇଛିି । ଅପରପକ୍ଷେ ପ୍ରାୟ ମାସକ ତଳେ ସେହି ସନ୍ତରାଗାଡ଼ିଆରେ ଥିବା ଟାଟା ଇଣ୍ଡିକମ୍ ଏଟିଲମ୍ ଲୁଟ୍ ହୋଇଥିଲା । ଶେରଗଡ଼ ଓ ସଜନାଗଡ଼ ଏଟିଏମ ମଧ୍ୟ ଲୁଟ୍ ହୋଇଥିଲା । ତେଣୁ ବାମ୍ବମ୍ବାର ଏଟିଏମ ଲୁଟ୍ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।