ଆମ ଶିକ୍ଷିତ ସଭ୍ୟ ସମାଜରେ ଅନେକ ଲୋକ ମଦ୍ୟ ପାନକୁ ନାପସନ୍ଦ କରିଥାନ୍ତି । ପିତା-ମାତା କେବେ ବି ଜଣେ ମଦ୍ୟପ ସହ ତାଙ୍କ ଝିଅର ବିବାହ କରିବାକୁ ଚାହିଁ ନଥାନ୍ତି । କି;ୁ ଛତିଶଗଡର କବର୍ଦ୍ଧା ଜିଲ୍ଲାରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟରେ ବିବାହ ସମୟରେ ଏକ ଅଜବ ପରମ୍ପରା ଏବେ ବି ପ୍ରଚଳିତ ହେଉଛି । ଯେଉଁଠି ବିବାହ ରୀତିନୀତିର ଶୁଭାରମ୍ଭ ମଦରୁ ହିଁ ହୋଇଥାଏ । ବରକୁ କନିଆର ମା’ ମଦ ପିଆଇ ସ୍ୱାଗତ କରିଥାନ୍ତି । ତା’ପରେ ପରିବାରର ସମସ୍ତଙ୍କ ସହ ବର-କନିଆ ଦୁହେଁ ଦୁହିଁଙ୍କୁ ମଦ ପିଆଇ ଏହି ପରମ୍ପରାକୁ ନିଭାଇଥାନ୍ତି । ଯଦି ଏପରି ନ ହୁଏ ତେବେ ବିବାହ ସମ୍ପୂର୍ଣ୍ଣ ହେଲା ବୋଲି ଗ୍ରହଣ କରାଯାଇନଥାଏ ।