ଓଏବ୍‌ସାଇଟ୍‌ରୁ ଧରାହେଲା ୨୫ ବର୍ଷ ତଳର ହତ୍ୟାକାରୀ

0

ଆମେରିକାରେ ସଂଗଠିତ ବହୁଚର୍ଚ୍ଚିତ ସେକ୍ସୱାର୍କର ହତ୍ୟା ଘଟଣାର ଏକ ଅବିଶ୍ୱାସନୀୟ ସମାଧାନ ହୋଇଛି । ୨୫ ବର୍ଷ ପରେ ଟିସୁପେପର ସାମ୍ପଲକୁ ଆଧାରକରି ‘ଜିନିଓଲଜି’ ନାମକ ଅନ୍‌ଲାଇନ୍‌ େୱବ୍‌ସାଇଟ୍‌ ମାଧ୍ୟମରେ ପୋଲିସ ହତ୍ୟାକାରୀକୁ ଗିରଫ କରିଛି । ୧୯୯୩ରେ ଏକ ଆପାର୍ଟମେଣ୍ଟରେ ୩୫ ବର୍ଷୀୟ ସେକ୍ସୱାର୍କର ଜେନି ଏନ୍‌ଙ୍କୁ ହତ୍ୟା କରାଯାଇଥିଲା । ଘଟଣାସ୍ଥଳରୁ ପୋଲିସକୁ ଜେନିଙ୍କ ରକ୍ତ ଜୁଡୁବୁଡୁ ଶରୀର ଜବତ କରିଥିଲା । ଯାଞ୍ଚ ସମୟରେ ମିନିୟାପଲିସ ପୋଲିସ ଡିଏଏନ୍‌ଏ ସାମ୍ପୁଲ ସଂଗ୍ରହ କରିବା ସମୟରେ ହଟ୍‌ଡର୍ଗ ବ୍ରେଡ୍‌ର କିଛି ଅଂଶ ଲାଗିଥିବା ଟିସୁ ପେପର ମିଳିଥିଲା । ଏହାର ନମୁନା ଯାଞ୍ଚ କରି ପୋଲିସ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ଡିଏନ୍‌ଏ ସହିତ ମ୍ୟାଚ୍‌ କରାଇଥିଲା । ହେଲେ କିଛି ସୁଫଳ ମିଳିନଥିଲା । ସେହିଦିନଠାରୁ ଏହି କେସ୍‌ ଫାଇଲ୍‌ ତଳେ ରହିଯାଇଥିବା ବେଳେ ଗତବର୍ଷ ଜିନିୟାଲଜି ନାମକ ଅନ୍‌ଲାଇନ୍‌ େୱବ୍‌ସାଇଟ୍‌ ମାଧ୍ୟମରେ କେସ୍‌ର ପୁନଃ ଯାଞ୍ଚ ଆରମ୍ଭ ହୋଇଥିଲା । ଏହି େୱବ୍‌ସାଇଟ୍‌ ମାଧ୍ୟମରେ ଅଭିଯୁକ୍ତଙ୍କ ପୂର୍ବପିଢ଼ିଙ୍କ ଡିଏନ୍‌ଏରୁ ଖୋଳତାଡ଼ ଆରମ୍ଭ ହୋଇଥିଲା । ଏହି ଯାଞ୍ଚରୁ ଅସମ୍ଭବଭାବେ ଟିସୁ ପେପରରୁ ମିଳିଥିବା ଜେନେଟିକ୍‌ ମେଟେରିଆଲ୍‌ ସହିତ ୫୨ ବର୍ଷୀୟ ଅଭିଯୁକ୍ତ ଜେରି େୱଷ୍ଟ୍ରାମଙ୍କ ଡିଏନ୍‌ଏ ସାମ୍ପୁଲ ସହିତ ମେଳ ଖାଇଯାଇଥିଲା । େୱଷ୍ଟ୍ରମ୍‌ ଜେନିଙ୍କ ପଡ଼ୋଶୀ ଓ ସେ ଦେହ ବ୍ୟବସାୟ ସହିତ ସମ୍ପୃକ୍ତ ଥିବାରୁ ପୋଲିସ ମନରେ ଆଉ କୌଣସି ଶଙ୍କା ରହିନଥିଲା । ପୋଲିସ ଜାନୁୟାରୀ ମାସରେ େୱଷ୍ଟ୍ରମ୍‌ଙ୍କୁ ଗିରଫ କରିବାରୁ ସେ ୨୫ ବର୍ଷ ତଳର ଅପରାଧକୁ ସ୍ୱୀକାର କରିନେଇଥିଲେ । ଏହି ହତ୍ୟାକାଣ୍ଡର ସମାଧାନ ପରେ ଆମେରିକାରେ ଜିନିୟାଲଜି କମ୍ପାନୀ ଏବେ ଫୋକସରେ ରହିଛି । ଏହି କମ୍ପାନୀ ବିଭିନ୍ନ ପରିବାରର ପିଢ଼ି ପର ପିଢ଼ି ଡାଟା ସାଇତି ରଖୁଛି । ଏବେସୁଦ୍ଧା ଆମେରିକାର ପ୍ରାୟ ଦେଢ଼ କୋଟି ଲୋକ ଏହି େୱବ୍‌ସାଇଟ୍‌ରୁ ନିଜ ପୂର୍ବଜଙ୍କ ଟାଟା ସଂଗ୍ରହରେ ଲାଗିପଡ଼ିଛନ୍ତି ।

Leave A Reply

Your email address will not be published.