ଓଜନ ନିୟନ୍ତ୍ରଣ କରେ ସେଲ୍‌ଫି

0

ସେଲ୍‌ଫି ଉଠାଇବାକୁ ନେଇ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦିଆଯାଉଥିବାବେଳେ ଅନ୍ୟପଟେ ଏହାର ଏକ ଫାଇଦା ସାମ୍ନାକୁ ଆସିଛି। ନିକଟରେ ଆମେରିକାରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଏକ ପତ୍ରିକାରେ ସ୍ଥାନ ପାଇଥିଲା । ଯେଉଁଥିରୁ ଜଣାଯାଇଛି, ସେଲ୍‌ଫି ଉଠାଇବାବେଳେ ପ୍ରତ୍ୟେକ ବ୍ୟକ୍ତି ସଚେତନ ରହିବାକୁ ଚେଷ୍ଟା କରନ୍ତି । ଫଟୋରେ ସେମାନେ ମୋଟା ଦେଖାଯିବେନି ତ ? ନିୟମିତ ସେଲ୍‌ଫି ଉଠାଉଥିବା ବ୍ୟକ୍ତି ନିଜ ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିଥାଏ । ବନ୍ଧୁ ଗହଣରେ ସେଲ୍‌ଫି ଫଟୋ ନେଉଥିବା ବେଳେ ସେମାନେ ଯେପରି ମୋଟା ଦେଖାନଯିବେ ସେଥିପ୍ରତି ଧ୍ୟାନ ଦେଇଥାନ୍ତି । ଏହି ତଥ୍ୟକୁ ପ୍ରମାଣିତ କରିବା ପାଇଁ ଆମେରିକାରେ କିଛି ବ୍ୟକ୍ତିଙ୍କୁ ଏହି ଗବେଷଣାରେ ସାମିଲ୍‌ କରାଯାଇଥିଲା । ସେଥିରୁ ଜଣାପଡ଼ିଛି ସେଲ୍‌ଫି ଲୋକମାନଙ୍କର ମୋଟାପଣକୁ ନିୟନ୍ତ୍ରଣ କରୁଛି । ପ୍ରକୃତରେ ସେଲ୍‌ଫି ଉଠାଇଲେ ଓଜନ ନିୟନ୍ତ୍ରଣ ହୋଇଥାଏ । ଏହି ତଥ୍ୟରେ କେତେ ସତ୍ୟତା ରହିଛି ତାହା ତ ପରୀକ୍ଷା କଲେ ହିଁ ଜଣାପଡ଼ିବ ।

Leave A Reply

Your email address will not be published.