ଓପୋ ନିଜର ୩ ରିଅର କ୍ୟାମେରା ବିଶିଷ୍ଟ ଫୋନ୍ ଲଞ୍ଚ କରିବାକୁ ଯାଉଛି । ଏହି ଫୋନ୍ଟି ହେଉଛି ଓପୋ ଆର୍ ୧୭ପ୍ରୋ । ଚଳିତବର୍ଷ ସାମସଙ୍ଗର ଏ୭ ତିନି ରିଅର କ୍ୟାମେରା ବିଶିଷ୍ଟ ଫୋନ୍ ଲଞ୍ଚ ହୋଇଯାଇଛି । ଡିସେମ୍ବର ୪ ମୁମ୍ବାଇରେ ଓପୋ ଏକ ଉସିବରେ ଏହି ମଡେଲ୍ର ଲଞ୍ଚ କରିବାକୁ ଯାଉଛି । ପୂର୍ବେ ଅଗଷ୍ଟରେ ଓପୋ ଆର୍୧୭ ପ୍ରୋ ଚୀନ୍ରେ ଲଞ୍ଚ ହୋଇଯାଇଛି । କିନ୍ତୁ ଭାରତରେ ଡିସେମ୍ବର ୧ରୁ ପ୍ରିବୁକିଂ ଆରମ୍ଭ ହୋଇଯିବ । ଏହି ଫୋନ୍ରେ ୪ଟି କ୍ୟାମେରା ଅର୍ଥାତ୍ ୨୫ ମେଗାପିକ୍ସେଲ୍ ବିଶିଷ୍ଟ ଫ୍ରଣ୍ଟ କ୍ୟାମେରା, ତିନିଟି ରିୟର କ୍ୟାମେରା ଦୁଇଟି ୧୨ ମେଗାପିକ୍ସେଲ୍ କ୍ୟାମେରା ହୋଇଥିବାବେଳେ ଅନ୍ୟଟି ୨୦ ମେଗାପିକ୍ସେଲ ରହିଛି । କେବଳ କ୍ୟାମେରା ନୁହେଁ ଏଥିରେ ଫ୍ରିଙ୍ଗରପ୍ରିଣ୍ଟ ସେନ୍ସର ସହ ଫ୍ରାଷ୍ଟ ଚାର୍ଜିଙ୍ଗ , ଆଣ୍ଡ୍ରଏଡ୍ ଓରିଓ, ଅକଫାକୋର୍ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ ପ୍ରୋସେସର, ୮ଜିବି ରାମ୍, ୧୨୮ ଜିବି ଷ୍ଟୋରେଜ୍ ସୁବିଧା ମଧ୍ୟ ରହିଛି । ଏଥିରେ ୩୭୦୦ଏମ୍ଏଏଚ୍ ବ୍ୟାଟେରୀ ସହ ଭୁକ୍ ଫାଷ୍ଟ ଚାର୍ଜିଙ୍ଗ ଟେକ୍ନୋଲୋଜି ସପୋର୍ଟ ରହିଛି ।