କଂଗ୍ରେସ ଯୋଗୁଁ ଭାରତ କରତାରପୁରକୁ ହରାଇଲା

0

ରାଜସ୍ଥାନ, ୪/୧୨ : ପାକିସ୍ତାନସ୍ଥିତ ଗୁରୁ ନାନକ ଦେବଙ୍କ ପବିତ୍ର ପୀଠ କରତାରପୁର ଗୁରୁଦ୍ୱାରକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପକ୍ଷ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ଗୁରୁ ନାନକଙ୍କ ପୀଠ ଆଜି ପାକିସ୍ତାନରେ ରହିବାର କାରଣ କଂଗ୍ରେ ବୋଲି ସେ କହିଛନ୍ତି । ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ହନୁମାନଗଡ଼ରେ ଏକ ସାଧାରଣ ସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, କଂଗ୍ରେସ ଦଳର ତ୍ରୁଟି ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଆଜି କର୍ତ୍ତାରପୁର ପାକିସ୍ତାନରେ ରହିଛି । ଦେଶ ବିଭାଜନ ସମୟରେ କଂଗ୍ରେସ ନେତାମାନେ ଯଦି ସମ୍ବେଦନଶୀଳତା ଏବଂ ଶୋଚନୀୟତା ଦେଖାଇଥାନ୍ତେ ତାହେଲେ କର୍ତ୍ତାରପୁର କେବେ ମଧ୍ୟ ଭାରତଠାରୁ ଅଲଗା ହୋଇ ପାକିସ୍ତାନ ଯାଇନଥାନ୍ତା ।
୧୯୪୭ରେ କରତାରପୁର ଭାରତରେ ରହିବା ଦରକାର ବୋଲି କଂଗ୍ରେସ କହିଁକି ଭାବିଲା ନାହିଁ । କଂଗ୍ରେସ ଦଳର ତ୍ରୁଟି ଭାରତୀୟଙ୍କ ଭାଗ୍ୟ ନିର୍ଦ୍ଧାରଣ କଲା । କର୍ତ୍ତାରପୁର କରିଡ଼ର ନିର୍ମାଣ କାର୍ଯ୍ୟ ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଦଳ କରି ନ ଥିଲା । ତାହା ଭାରତୀୟ ଜନତା ପାର୍ଟି କ୍ଷମତାସୀନ ହେବା ପରେ ଆରମ୍ଭ ହେଲା ବୋଲି ନରେନ୍ଦ୍ର ମୋଦି କହିଛନ୍ତି । ବିଜେପିର ହାତ ଛାଡି କଂଗ୍ରେସରେ ଯୋଗ ଦେଇଥିବା ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ କର୍ତ୍ତାରପୁର କରିଡର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଉଭୟ ଦଳ ମଧ୍ୟରେ ରାଜନୀତି ବେଶ୍‌ ସରଗରମ ହୋଇଥିଲା ।

Leave A Reply

Your email address will not be published.