ରୋଷେଇ କଲାବେଳେ ଆମ ହାତ ଯଦି ଗରମ ପାତ୍ରରେ ବାଜିଯାଏ ତେବେ ଆମକୁ କଷ୍ଟ ହୋଇଥାଏ ଯାହାକୁ ସହ୍ୟ କରିବା ଆମ ପକ୍ଷେ କଷ୍ଟକର ହୋଇପଡେ । ଆମେରିକାର ଏରିଜୋନାରେ ରହୁଥିବା ୨୯ବର୍ଷୀୟା କାୟଲା ହେନସେନ ଦୁଇ ବର୍ଷ ଧରି କ୍ରୋନିକ ରିଜନଲ ପେନ ସିଣ୍ଡ୍ରୋମ(ସିଆରପିଏସ୍)ରେ ପିଡୀତ । ଯେଉଁ ରୋଗର କୌଣସି ଚିକିତ୍ସା ନାହିଁ । ବିଶେଷଜ୍ଞଙ୍କ କହିବା ଅନୁସାରେ ସିଆରପିଏସ୍ ରୋଗାକ୍ରାନ୍ତ ମାନଙ୍କୁ ଶରୀରରେ ଅସହ୍ୟ ପିଡା ହୋଇଥାଏ, ଯନ୍ତ୍ରଣାରୁ ରକ୍ଷା ପାଇଁ ପିଡୀତମାନେ ଆତ୍ମହତ୍ୟା କରିବାକୁ ପସନ୍ଦ କରିଥାନ୍ତି । କେହି କେହି ଏହି ରୋଗକୁ ସୁଇସାଇଡ ଡିଜିଜ୍ ମଧ୍ୟ କହିଥାନ୍ତି, ସିଆରପିଏସ୍ ରୋଗକୁ ଦୁନିଆର ସବୁଠାରୁ ଯନ୍ତ୍ରଣାଦାୟକ ରୋଗ ବୋଲି କୁହାଯାଏ । ମାମୁଲି ଆଘାତ ଦ୍ୱାରା ଏହା ସକ୍ରିୟ ହୋଇଯାଏ, ଏହି ରୋଗ କର୍କଟ ରୋଗ, ପିଲା ଜନ୍ମ କରିବା ଆଦି ଯନ୍ତ୍ରଣା ଠାରୁ ଅଧିକ କଷ୍ଟକର । ଦୁଇ ବର୍ଷ ପୂର୍ବରୁ କାୟଲାଙ୍କ ହାତ କବାଟ ରେ ଫସିଯାଇ ହାତରେ ସାମାନ୍ୟ ଆଘାତ ଲାଗିଥିଲା, ମଲମ ପଟ୍ଟି କରିବାପରେ ଭଲ ହୋଇ ଯାଇଥିଲେ ସେ, କିନ୍ତୁ ବର୍ଷ ତମାମ ସେ ଯନ୍ତ୍ରଣାରୁ ମୁକ୍ତି ପାଇପାରିନଥିଲେ । ଡାକ୍ତରଙ୍କ ପାଖକୁ ଗଲା ପରେ କାୟଲା ଜାଣିପାରିଲେ କି ସେ ସିଆରପିଏସ୍ ରୋଗରେ ପୀଡିତ । ସାଧାରଣତଃ ଶିଥିଳ ଅବସ୍ଥାରେ ଏହି ରୋଗ ମନୁଷ୍ୟ ଶରୀରକୁ ସଂକ୍ରମିତ ହୋଇଥାଏ । ଭଲଥଇବାବେଳେ କାୟଲା ସପ୍ତାହକ ମଧ୍ୟରେ ୬୦ରୁ ୭୦ ଘଣ୍ଟା କାମ କରୁଥିବାବେଳେ ଏବେ ୩ରୁ ୪ ଦିନ ଖଟରୁ ଉଠିପାରୁ ନାହାଁନ୍ତି । ଜଳାପୋଡା ଏତେ ବଢି ଯାଇଛି ଯେ ଖଟରୁ ଉଠିବାବି କଷ୍ଟକର ହୋଇପଡିଛି ତାଙ୍କ ପକ୍ଷେ । ବର୍ତ୍ତମାନ କାୟଲା ଜାଣିସାରିଲେଣି ଯେ ସେ ଯେପର୍ଯ୍ୟନ୍ତ ଜୀବିତ ଅଛନ୍ତି ତାଙ୍କୁ ସେଥିପର୍ଯ୍ୟନ୍ତ ଏହି ଯନ୍ତ୍ରଣାସହ ଜୀଇଁବାକୁ ପଡିବ ।