କାହିଁକି ବୟସ୍କ ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଅନେକ ପୁରୁଷ

ପ୍ରିୟଙ୍କା-ନିକ୍‌ ହୁଅ;ୁ କି ଐଶ୍‌-ଅଭିଷେକ ବଲିଉଡ୍‌ ଓ ଟେଲି ସେଲିବ୍ରେଟୀ ନିଜ ବୟସଠାରୁ ବଡ ହିରୋଇନ୍‌ଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ବର୍ତ୍ତମାନ ସମୟରେ ଧୀରେ ଧୀରେ ଏହା ସାଧାରଣ ଜୀବନକୁ ମଧ୍ୟ ପ୍ରଭାବିତ କଲାଣି ଛ ତେବେ ଜାଣ;ୁ ଯୁବତୀଙ୍କର କେଉଁ ଗୁଣ ପାଇଁ ଏମାନେ ଅନ୍ୟମାନଙ୍କୁ ଆକର୍ଷିତ କରିପାରନ୍ତି-
*ଦାୟିତ୍ୱବୋଧ- ନିଜ ବୟସଠାରୁ ବଡ ଯୁବତୀ ଦାୟିତ୍ୱକୁ ନେଇ ଜାଗ୍ରତ ଥାଆନ୍ତି । ତେଣୁ ତାଙ୍କୁ ସୂଚାଇବାର କୌଣସି ଆବଶ୍ୟକତା ହୋଇନଥାଏ । ଫଳରେ ତାଙ୍କ ସହ ପୁରୁଷବନ୍ଧୁ ଚିନ୍ତାମୁକ୍ତ ରହିଥାଆନ୍ତି ।
*ଘନିଷ୍ଠତା- ପୁରୁଷ ବନ୍ଧୁଙ୍କୁ ସୁଯୋଗକୁ ଅପେକ୍ଷା କରିବାକୁ ପଡିନଥାଏ । ଏହି ମ୍ୟାଚୋର ଲେଡି ମାନେ ଏସବୁ ଖୁବ୍‌ ଭଲ ଭାବେ ବୁଝିପାରନ୍ତି । ତେଣୁ ଅଧିକାଂଶ ଯୁବକ ବୟସଠାରୁ ବଡ ମହିଳାମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି । ୪୦-୫୦ ବର୍ଷୀୟା ମହିଳା ସବୁ ପରିସ୍ଥିତି ଖୁବ୍‌ ଭଲ ଭାବେ ବୁଝିପାରନ୍ତି ଓ ସେହି ଅନୁଯାୟୀ କାର୍ଯ୍ୟ କରନ୍ତି ।
* ପରିସ୍ଥିତି ଅନୁରୂପ କାର୍ଯ୍ୟକରିବା- ବିକଶିତ ମହିଳା ମାନେ ଆସୁଥିବା ଭଲ-ଖରାପ ପରିସ୍ଥିତିରେ ମନୋବଳକୁ ଦୃଢ କରିବା ସହ ଉପଯୁକ୍ତ ନିଷ୍ପତ୍ତି ନେବା ପାଇଁ ସକ୍ଷମ ହୋଇପାରନ୍ତି ।
* ଆର୍ଥିକ କ୍ଷେତ୍ରରେ ସକ୍ଷମ- ବୟସଠାରୁ ବଡ ଯୁବତୀମାନେ ଆର୍ଥିକ କ୍ଷେତ୍ରରେ କାହା ଉପରେ ର୍ନିଭରଶୀଳ ହୋଇନଥାନ୍ତି । ଯେହେତୁ ସେମାନେ ୩୫-୪୦ ବର୍ଷ ସୁଦ୍ଧା ନିଜ ପ୍ରଫେସ୍ନାଲ୍‌ ଲାଇଫ୍‌କୁ ଭଲ ରୂପେ ବ୍ୟବସ୍ଥିତ କରିଥାନ୍ତି ।