କୋଲକାତା,୨୪/୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍)ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ(କେସିଆର) ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ଦେଶର ପରିବର୍ତ୍ତନ ଲକ୍ଷ୍ୟ ରଖି ସେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଥିବା କୁହାଯାଉଛି। ଆଞ୍ଚଳିକ ଦଳଗୁଡିକୁ ସେ ଏକାଠି କରିବାର ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ୨ ଦିନିଆ ଓଡ଼ିଶା ଗସ୍ତରେ ଆସି କେସିଆର୍ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେଠାରେ ସେ ଆଞ୍ଚଳିକ ଦଳ ଗୁଡିକୁ ଏକାଠି କରିବାକୁ ନେଇ ଆଲୋଚନା ମଧ୍ୟ କରିଥିଲେ।