ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସପ୍ତାହରେ ସବୁ ବାରରେ ନୂଆ ବସ୍ତ୍ର ପିନ୍ଧିବା ଅନୁଚିତ । କିଛି ବାର ଏମିତି ଅଛି ଯେଉଁଥିରେ ନୂଆ ପିନ୍ଧିବା ଅଶୁଭ । ଆସନ୍ତୁ ଜାଣିବା କେଉଁ ବାରରେ ପିନ୍ଧିବା ନୂଆ, କେଉଁ ବାରରେ ପୁରୁଣା-
ସୋମବାର: ମହିଳାମାନେ ସୋମବାର ନୂଆ ବସ୍ତ୍ର ପିନ୍ଧିଲେ ଉନ୍ନତି ହେବ, କ୍ୟାରିୟରରେ ସଫଳତା ପାଇବେ ।
ମଙ୍ଗଳବାର: ଏହି ଦିନରେ ମହିଳାମାନେ ନୂଆ ବସ୍ତ୍ର ପିନ୍ଧିଲେ ଆୟୁଷ କମିଯାଏ । କି;ୁ ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
ବୁଧବାର: ଏହି ବାରରେ ମହିଳାମାନେ ନୂଆ ବସ୍ତ୍ର ବିନ୍ଧିଲେ ସେମାନଙ୍କୁ ସୌଭାଗ୍ୟ ଫଳ ପ୍ରାପ୍ତି ହୋଇଥାଏ । ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବଢ଼େ ।
ଗୁରୁବାର: ଗୁରୁବାର ଦିନ ନୂଆ ବସ୍ତ୍ର ପିନ୍ଧି ମହିଳାମାନେ ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତାଙ୍କ ଘରେ କେବେ ହେଲେ ଧନ ଅଭାବ ଦେଖା ଦିଏନାହିଁ ।
ଶୁକ୍ରବାର: ଶୁକ୍ରବାର ନୂତନ ବସ୍ତ୍ର ପିନ୍ଧିବା ଦ୍ୱାରା ମହିଳାମାନଙ୍କୁ କର୍ମ କ୍ଷେତ୍ରରେ ବହୁ ପ୍ରଶଂସା ମିଳିବା ସହ ପଦୋନ୍ନତି ମଧ୍ୟ ପ୍ରାପ୍ତ ହୋଇଥାଏ ।
ଶନିବାର: ଯଦି ମହିଳାମାନେ ଶନିବାର ଦିନ ନୂଆ ବସ୍ତ୍ର ପରିଧାନ କରନ୍ତି ତେବେ ତାଙ୍କ ଶରୀର ଅସୁସ୍ଥ ହେବା ସହ ଦୁର୍ଭାଗ୍ୟର ଶିକାର ହୋଇଥାନ୍ତି ।
ରବିବାର: ମହିଳାମାନେ ରବିବାର ଦିନ ନୂଆ ବସ୍ତ୍ର ପିନ୍ଧିବା ଦ୍ୱାରା ଅର୍ଥ ହାନି ହେବା ସହ ଦାରିଦ୍ର୍ୟତା ମାଡ଼ି ଆସିଥାଏ । ଏହା ବ୍ୟତୀତ ସେହି ନୂଆ ବସ୍ତ୍ରଟି ଶୀଘ୍ର ନଷ୍ଟ ହୋଇଯାଇଥାଏ ।
Prev Post
Next Post