କର୍ଣ୍ଣାଟକ, ୨୪/୧୧ : କର୍ଣ୍ଣାଟକର ମାଣ୍ଡ୍ୟାଠାରେ ଶନିବାର ଏକ ମର୍ମ;ୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଘରୋଇ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ କାବେରୀ ନଦୀ କେନାଲ ମଧ୍ୟରେ ଖସି ପଡିବାରୁ ପାଖାପାଖି ୨୫ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛ । ଆଜି ମଧ୍ୟାହ୍ନ ପ୍ରାୟ ୧୨:୨୫ ସମୟରେ ଏକ ଯାତ୍ରୀବାହି ବସ ନିୟନ୍ତ୍ରଣ ହରାଇ କନଙ୍ଗାମାରାଡି ଗାଁର ଭିସି କେନାଲ୍ରେ ଓଲଟି ପଡିଥିଲା । ଖବର ପାଇ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ସମୟରେ ବସରେ ୩୫ ଜଣ ଯାତ୍ରୀ ଥିଲେ । ଆହାତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିବା ସୁଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବସଟି ମାଣ୍ଡୟାଠାରୁ ପାଣ୍ଡବପୁରା ଅଭିମୁଖେ ଯାତ୍ରା କରୁଥିଲା ଛ ନିୟନ୍ତ୍ରଣ ହରାଇ କେନାଲରେ ଖସିବା ପରେ ବସଟି ପାଣି ଭିତରକୁ ବୁଡିଯାଇଥିଲା । ମାଣ୍ଡ୍ୟାରେ ଥିବା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି ।