ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପରିଚାଳିତ କେନ୍ଦ୍ର ସରକାରରୁ ଜଣେ ମନ୍ତ୍ରୀ ଇସ୍ତଫା ଦେବା ଏକ ବିରଳ ଘଟଣା। ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସିଜେପିର ବିକ୍ଷୋଭ ପରିପ୍ରେକ୍ଷୀରେ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେବା ଏକ ବିରଳ ଘଟଣା। ମୋଦୀ ସରକାରରେ ଶେଷଥର ପାଇଁ ୨୦୧୮ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏମ୍ଜେ ଆକବର। ସେତେବେଳେ ସେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏନ୍ଡିଏ ସରକାରରେ ମନ୍ତ୍ରୀମାନେ ଯେତେ ବଡ଼ ବିବାଦରେ ଥିଲେ ମଧ୍ୟ ମନ୍ତ୍ରିପଦ ଛାଡ଼ିବା ପ୍ରାୟତଃ ନଜିର ନାହିଁ।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରଠାରୁ କେବଳ ୨୦୧୮ ମସିହାରେ ଏମ୍ ଜେ ଆକବରଙ୍କୁ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ତାଙ୍କ ବିରୋଧରେ ଅନେକ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦେଶରେ ସେତେବେଳେ ବଡ଼ଧରଣ ‘ମି ଠୁ ଅଭିଯାନ’ ଚାଲିଥିଲା। ଏମ୍ ଜେ ଆକବର ଅନେକ ପ୍ରମୁଖ ଖବରକାଗଜରେ ସମ୍ପାଦକ ଥିବାବେଳେ ତାଙ୍କ ଅଧୀନରେ କାମ କରୁଥିବା କିମ୍ବା ତାଙ୍କ ସଂସ୍ପର୍ଶରେ ଆସୁଥିବା ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ତେଣୁ ସେ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।
