କେନ୍ଦ୍ର ବଜେଟରେ କୃଷକଙ୍କ ପାଇଁ ୪ଲକ୍ଷ କୋଟିର ଋଣ ଛାଡ ପାଇଁ ପ୍ରସ୍ତୁତି

0

ନୂଆଦିଲ୍ଲୀ, ୧୩/୧୨ : ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଅବାଂଛିତ ହାର ପରେ ବିଜେପି ଏବେ ନିଜର ଖଜାନା ଖୋଲିବା ଆରମ୍ଭ କରୁଛି । ଫେବୃୟାରୀରେ ପାସ୍ ହେବାକୁ ଥିବା ବଜେଟରେ ଏହାର ଆରମ୍ଭ କରାଯିବ । ତେବେ ଏଥିରେ କୃଷକଙ୍କ ପାଇଁ ବହୁ ଯୋଜନା ତିଆରି ସମ୍ଭାବନା ରହିଛି । ସରକାର ଏବେ ଦେଶର ୨୬.୩ କୋଟି କୃଷକଏବଂ ତାଙ୍କ ଆଶ୍ରିତଙ୍କ ଦ୍ୱାରା ନିଆ ଯାଇଥିବା ବିଭିନ୍ନ ସରକାରୀ ବ୍ୟାଙ୍କ ଗୁଡିକରୁ ଋଣ ଛାଡ କରିବା ପାଇଁ ଯୋଜନା ଉପରେ କାମ କରୁଛନ୍ତି । ୠଣ ଛାଡ କରିବା ପାଇଁ ସମୁଦାୟ ୫୬୫୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ଆକଳନ କରା ଯାଇଛି । ଯାହାକି ଆରବିଆଇ ପାଖରେ ଥିବା ୯.୬ ଲକ୍ଷ କୋଟି ଠାରୁ ବହୁତ ଅଧିକ ।

ସୂଚନାନୁଯାୟୀ, ବିଧାନସଭା ନିର୍ବାଚନରେ କୃଷକ ଅଭିମାନ କରିଥିବା ହେତୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଗତ ଚାରି ବର୍ଷ ଧରି ବିଜେପିର ଶାସନ ସମୟରେ କୃଷକଙ୍କର ଆୟ କମି ଯାଇଛି । ଉତ୍ପାଦନ କମ୍ ହେବା କାରଣରୁ ଚାଷୀଙ୍କର ଆୟ କମ୍ ହୋଇ ଯାଇଛି । କେୟାର ରେଟିଙ୍ଗସର ମୁଖ୍ୟ ଅର୍ଥନୈତିଜ୍ଞ ମଦନ ସବନବୀସଙ୍କ କହିବା ଅନୁଯାୟୀ, ସରକାରଙ୍କୁ ଏବେ ନିଜ ଅର୍ଥନୈତିକି ପଲିସିକୁ ପରିବର୍ତନ କରିବା ଆବଶ୍ୟକ । ଏଥିରେ ଋଣ ଛାଡ କରିବା, ସମାଜ ସହ ଜଡିତ ମୁଦ୍ଦାରେ ଫୋକସ କରିବା, ଚାଷବାସରେ ଫୋକସ କରିବା ଉଚିତ୍ ।

ସେହି ଭଳି ଭାବରେ ଆନନ୍ଦ ରାଠୀ ଫାଇନାନ୍ସ ସର୍ଭିସର ମୁଖ୍ୟ ଅର୍ଥନୈତିଜ୍ଞ ସୁଜନ ହଜରା କହିଛନ୍ତି କି, ଏବେ ସରକାର ଗ୍ରାମ ଗୁଡିକୁ ଧ୍ୟାନ ଦେବେ । ଏଥିରେ କୃଷକଙ୍କ ପାଇଁ ଫସଲରେ ନ୍ୟୁନତମ ସମର୍ଥନ ମୂଲ୍ୟ ବୃଦ୍ଧି କରିବା ଏବଂ ଅନ୍ୟ ଗ୍ରାମୀଣ ଭାରତ ପାଇଁ ଯୋଜନା ଉପରେ ଫୋକସ କରାଯିବ । ଏଚଡିଏଫସି ବ୍ୟାଙ୍କ ମୁଖ୍ୟ ଅର୍ଥନୈତିଜ୍ଞ ଅଭୀକ ବରୁଆ କହିଛନ୍ତି କି, ସରକାର ବର୍ତମାନ କୌଣସି ନୂଆ ଯୋଜନା ଘୋଷଣା କରି ନାହାଁନ୍ତି । କିନ୍ତୁ ପୁରୁଣା ଯୋଜନା ଗୁଡିକ କିଭଳି ସାଧାରଣ ଜନତାଙ୍କ ପାଖରେ ପହଁଚି ପାରିବ ତାହାର ବ୍ୟବସ୍ଥା କରିବ ।

ସରକାର ଫେବୃୟାରୀ ୧ରେ ଅନ୍ତିମ ବଜେଟ ପାସ୍ କରିବେ । ଏହି ସମୟରେ ବାଣିଜ୍ୟ ମନ୍ତ୍ରୀ ଅରୁଣ ଜେଟଲୀ ଗ୍ରାମୀଣ ଅର୍ଥ ବ୍ୟବସ୍ଥା, ଇନଫ୍ରାଷ୍ଟକଚର, ଗୃହ, ରେଲୱେ, ଏବଂ ସଡକ କର ନେବେ । ଏହା ସହ ସବସିଡ ଏବଂ କର କମ୍ କରାଯିବ । ଯେଉଁଥିରେ ସାଧାରଣ ଲୋକମାନଙ୍କୁ ସୁବିଦା ମିଳିବ ।

Leave A Reply

Your email address will not be published.