କୋଠାରେ ବାଡ଼େଇ ହେଲା ଏୟାର ଇଣ୍ଡିଆର ବିମାନ : ସମସ୍ତ ଯାତ୍ରୀ ସୁରକ୍ଷିତ

0

ଷ୍ଟକହମ,୨୯/୧୧: ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ସ୍ଵିଡେନର ରାଜଧାନୀ ଷ୍ଟକହମର ଅରଲାଣ୍ଡ ବିମାନ ବନ୍ଦରରେ ଏକ କୋଠାରେ ବାଡ଼େଇ ହୋଇଛି। ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସ ବୟାନ ଜାରି କରି ଏହି ସୂଚନା ଦେଇଛି। ବିମାନରେ ୧୭୯ ଯାତ୍ରୀ ଯାତ୍ରା କରୁଥିଲେ।

ପୋଲିସ ମୁତାବକ ବିମାନର ବାମ ଡେଣା ଷ୍ଟକହମର ନୋକ ବିମାନ ବନ୍ଦରର ଟର୍ମିନାଲ-୫ରୁ ୫୦ ମିଟର ଦୂର ସ୍ଥିତ ଏକ କୋଠାରେ ବାଡ଼େଇ ହୋଇଥିଲା। ଏୟାର ଇଣ୍ଡିଆର ଏହି ବିମାନ ସେହି ସମୟରେ ନୂଆଦିଲ୍ଲୀରୁ ଷ୍ଟକହମରେ ପହଞ୍ଚିଥିଲା। ବିମାନଟି ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏହି ଘଟଣା ଘଟିଥିଲା।

Leave A Reply

Your email address will not be published.