କୋଣାର୍କ, ୧୧/୧୨: ଓଡିଶାର ଗୌରବଗାଥା କରୁଥିବା କୋଣାର୍କ ମନ୍ଦିର ଉପରେ ଡ୍ରୋନ ଉଡାଇ ୨ ବିଦେଶୀ ପର୍ଯ୍ୟଟକଙ୍କୁ ଅଟକ ରଖାଯାଇଛି। ଅଟକ ଦ୍ୱୟ ଋଷୀୟ ପର୍ଯ୍ୟଟକ ବୋଲି ଜଣାପଡ଼ିଛି। ମନ୍ଦିର ଉପରେ ଡ୍ରୋନ ଉଡାଇ ଏହି ଦୁଇ ଋଷୀୟ ପର୍ଯ୍ୟଟକ ଫଟୋ ସଂଗ୍ରହ କରୁଥିବାବେଳେ ସ୍ଥାନୀୟ ଲୋକମାନେ ପ୍ରତ୍ନତତ୍ୱ ବିଭାଗକୁ ଖବର ଦେଇଥିଲେ । କୋଣାର୍କ ପ୍ରତ୍ନତତ୍ୱ ବିଭାଗ ଘଟଣାସ୍ଥଳରେ ପହଂଚି ଦୁହିଁଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବାବେଳେ ଏହି ଦୁଇ ଋଷୀୟ ପର୍ଯ୍ୟଟକ କୋଣାର୍କ ଉପରେ ଡ୍ରୋନ ଉଡାଇଥିଲେ ।