କ୍ରିସ୍‌ମସ୍‌ ଟ୍ରି’ର ଇତିହାସ

0

ବଡଦିନରେ କ୍ରିସ୍‌ମସ୍‌ ଟ୍ରି ସଜାଇବା ବହୁ ପୁରାତନ ପ୍ରଥା ରହିଆସିଛି । କ୍ରିସ୍‌ମସ୍‌ ଟ୍ରିର ଡେକୋରେସନ୍‌ ସାଧାରଣତଃ ଇଶାୟୀ ପ୍ରଥା ବୋଲି କୁହାଯାଏ । ପ୍ରଭୁଙ୍କ ତରଫରୁ ଦିଆଯାଉଥିବା ଲମ୍ବା ଜୀବନକାଳର କାମନା ରୂପେ ଏହି ଗଛକୁ ସଜାଯାଇଥାଏ । ପୁରାତନ କାଳରୁ କ୍ରିସ୍‌ମସ୍‌ ଟ୍ରିକୁ ଦୀର୍ଘାୟୁର ପ୍ରତୀକ ରୂପେ ଗ୍ରହଣ କରାଯାଏ । ମାନ୍ୟତା ରହିଛି ଯେ ଘରର ଛୁଆ ମାନଙ୍କ ଆୟୁ ଦୀର୍ଘ ହୋଇଥାଏ ଏହି ଗଛ ସଜାଇଲେ । ତେଣୁ କ୍ରିସ୍‌ମସ୍‌ ଟ୍ରି’ ସୁନ୍ଦର ରୂପେ ସଜାଯାଇଥାଏ । ଏଥିପାଇଁ ଫର୍‌ ଟ୍ରିକୁ ବ୍ୟବହାର କରାଯାଇଥାଏ । ଏହାକୁ ଚେନ୍‌ ଓ ବାଡି ସାହାଯ୍ୟରେ ସୁନ୍ଦର କରି ସଜାଯାଇଥାଏ । ଯେଉଁଠାରେ ଏହି ଗଛ ମିଳେନି ସେଠି ବାଉଁଶ ସାହାଯ୍ୟରେ ପିରାମଡ୍‌ ପ୍ରସ୍ତୁତ କରାଯାଇ କ୍ରିସ୍‌ମସ୍‌ ପାଳନ କରାଯାଏ । ବିଶେଷତଃ କ୍ରିସ୍‌ମସ୍‌ ଟ୍ରି ସଜାଇବା ପରମ୍ପରା ଜର୍ମାନୀରୁ ଆରମ୍ଭ ହୋଇଥିଲା । ଉନ୍ନବିଂଶ ଖ୍ରୀଷ୍ଟାବ୍ଦରେ ଏହା ଇଂଲଣ୍ଡରେ ମଧ୍ୟ ପାଳନ କରାଗଲା ଫଳରେ ବର୍ତ୍ତମାନ ସମଗ୍ର ପୃଥିବୀରେ ଏହାକୁ ପାଳନ କରାଯାଉଛି । ସେଠାରେ କ୍ରିସ୍‌ମସ୍‌ ଟ୍ରି ସଜାଯିବା ସହ ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ଯେପରି ସେଉ, ଜିଞ୍ଜର ବ୍ରେଡ୍‌ ଆଦି ଓହଳା ଯାଇଥାଏ । ଏହା ମଧ୍ୟ କୁହାଯାଏ ଯେ, କ୍ରିସ୍‌ମସ୍‌ ଟ୍ରିର ଯିଶୁଙ୍କ ଧରାବତାରଣ ହେତୁ ସଜାଯାଏ କାରଣ ଭଗବାନ ଯିଶୁ ଯେବେ ମାତା ମରିୟମ୍‌ଙ୍କ ଠାରୁ ଜନ୍ମ ନେଲେ । ସେତେବେଳେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଦେବଦୂତ ସ୍ୱର୍ଗରୁ ଏକ ଉଜ୍ୱଳ ସଦାବାହର ଫର୍‌ ଗଛ ଉପହାର ଭେଟି ଦେଇଥିଲେ । ସେବେ ଠାରୁ ସଦାବାହର ଫର୍‌କୁ କ୍ରିସ୍‌ମସ୍‌ ପାଳନରେ ବ୍ୟବହାର କରାଯାଏ । ଏହି ପର୍ବ ପୂର୍ବରୁ ମହମବତୀ, ଚକୋଲେଟ, ଘଣ୍ଟି ଓ ବିଭିନ୍ନ ରଙ୍ଗବେରଙ୍ଗ ରିବନରେ ଏହି ଗଛକୁ ସଜାଯାଇଥାଏ ।

Leave A Reply

Your email address will not be published.