କ୍ଷତିକାରକ ଘର ଧୂଳି

0

ଘର ଧୂଳି ଓ ଆବର୍ଜନା ସର୍ବାଧିକ ବିଷାକ୍ତ । ଘରର ରଙ୍ଗ, ସଜ୍ଜିକରଣରେ ବ୍ୟବହୃତ ଦ୍ରବ୍ୟ, ଡିଟର୍‌ଜେଣ୍ଟ ଓ ପ୍ରସାଧନ ସାମଗ୍ରୀରେ ୪୫ ପ୍ରକାର ବିଷାକ୍ତ ରାସାୟନିକ ରହିଥାଏ । ଏଗୁଡ଼ିକ ଚଟାଣ ଧୂଳିରେ ମିଶିବା ଦ୍ୱାରା ବାୟୁମଣ୍ଡଳ ବିଷାକ୍ତ ହୁଏ ଓ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏଥିରେ ଶିଶୁମାନେ ହିଁ ଅଧିକ ପ୍ରଭାବିତ ହୋଇଥାନ୍ତି । ଏଥିରେ ଥିବା ଥାଲେଟ୍‌ସ ରାସାୟନିକ ଉପାଦାନ ଗୁରୁତର ଚର୍ମ ରୋଗ ଓ କର୍କଟର ମୁଖ୍ୟ କାରଣ ହୋଇପାରେ । ଜର୍ଜ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ-ପରିବେଶ ବିଜ୍ଞାନୀମାନେ ରିସର୍ଚ୍ଚରୁ ଏହା ଜାଣିବାକୁ ପାଇଛନ୍ତି । ମୋବାଇଲ୍‌ ଫୋନ୍‌, ବିଭିନ୍ନ ବୈðଦୁ୍ୟତିକ ସାମଗ୍ରୀ, ଜଳ ନିରୋଧକ ସାମଗ୍ରୀ, ପିଜ୍ଜା ଏବଂ କେତେକ ଶୁଖିଲା ଖାଦ୍ୟ ମଧ୍ୟ ଅନୁରୂପ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।

Leave A Reply

Your email address will not be published.