ମୁମ୍ବାଇ, ୧୨/୧୧: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ତରଫରୁ ସମ୍ମାନିତ କରାଯାଇଛି । ୨୦୧୫ରେ ପଞ୍ଜାବର ଫରିଦକୋଟସ୍ଥିତ ବରଗାଡିଠାରେ ଶିଖ୍ଙ୍କର ପବିତ୍ର ଗ୍ରନ୍ଥ ‘ଶ୍ରୀ ଗୁରୁ ଗ୍ରନ୍ଥ ସାହିବ’ର ଅପମାନ କରିବା ମାମଲାରେ ତାଙ୍କୁ ଏସଆଇଟି ସମନ କରିଛି । ଅକ୍ଷୟଙ୍କ ବ୍ୟତୀତ ଏହି ମାମଲାର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଏବଂ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ବାଦଲଙ୍କୁ ମଧ୍ୟ ସମନ କରାଯାଇଛି । ଅକ୍ଷୟ କୁମାରଙ୍କୁ ନଭେମ୍ବର ୨୧ରେ ଅମୃତସରର ସର୍କିଟ୍ ହାଉସରେ ହାଜର ହେବାକୁ ଏସଆଇଟି ନିର୍ଦ୍ଦେଶ ଦେଇଛି । ଅପରପକ୍ଷେ ପ୍ରକାଶ ସିଂ ବାଦଲଙ୍କୁ ୧୬ ତାରିଖରେ ଓ ସୁଖବୀରଙ୍କୁ ୧୯ ତାରିଖରେ ହାଜର ହେବାକୁ କୁହାଯାଇଛିଛ ବରଗାଡିଠାରେ ଅପମାନ ଏବଂ କୋଟକପୁରା ତଥା ବହିବଲ କଲାଂଠାରେ ଗୁଳିଚାଳନା ସମ୍ବନ୍ଧରେ ତଦନ୍ତ ପାଇଁ ଏହି ସଭିଙ୍କୁ ଉପସ୍ଥିତ ହେବାକୁ କୁହାଯାଇଛି । ଅକ୍ଷୟ କୁମାରଙ୍କ ଉପରେ ଆରୋପ ଲାଗିଛି କି, ସେ ଡେରା ପ୍ରମୁଖ ଗୁରମିତ ରାମ ରହିମ ସିଂହଙ୍କୁ କ୍ଷମା ଦେବାରେ ମଧ୍ୟସ୍ତିର କାମ କରିଥିଲେ । ଏହି ସମ୍ବନ୍ଧରେ ସେ ତାଙ୍କ ବାସଭବନଠାରେ ସୁଖବୀର ବାଦଲଙ୍କ କେତେକ ଲୋକଙ୍କ ସହ ବୈଠକ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା ।