ଚାଷୀଙ୍କ ପ୍ରାଇଜ୍‌, ପ୍ରେଷ୍ଟିଜ୍‌ ପେନ୍‌ସନ୍‌ ଦାବି ନେଇ ୭ରେ ହେବ ସ୍ୱତନ୍ତ୍ର ବୈଠକ : ଅର୍ଥମନ୍ତ୍ରୀ

0

ଭୁବନେଶ୍ୱର,୨୯/୧୧: କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଗଠିତ ହୋଇଥିବା ମନ୍ତ୍ରିସ୍ତରୀୟ କମିଟିର ବୈଠକ ଆଜି ରାଜ୍ୟ ସଚ୍ଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚାଷୀଙ୍କ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକ ପରେ ସରକାର ଚାଷୀଙ୍କ ପାଇଁ ସୁଦୂରପ୍ରସାରୀ ଯୋଜନା ପ୍ରସ୍ତୁତ କରୁଛନ୍ତି। ଆସନ୍ତା ୭ ତାରିଖରେ ପୁଣି ଥରେ ବୈଠକ ବସିବ ଏବଂ କୃଷକ ନେତାଙ୍କ ସମେତ ଚାଷୀ ସଂଗଠନ ଗୁଡ଼ିକର ମଧ୍ୟ ପରାମର୍ଶ ନିଆଯିବ ବୋଲି ମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି।

ଶ୍ରୀ ବେହେରା କହିଛନ୍ତି ଯେ ଡିସେମ୍ବର ୭ରେ କୃଷି ଭବନରେ କୃଷକ ନେତା ଅକ୍ଷୟ କୁମାରଙ୍କ ସମେତ ଚାଷୀ ସଂଗଠନ ସହିତ ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ବିସ୍ତୁତ ଆଲୋଚନା ହେବ। ସମସ୍ତଙ୍କର ପରାମର୍ଶ ନିଆଯିବ। ଚାଷୀମାନଙ୍କର ଥିବା ଦାବିକୁ ତର୍ଜମା କରାଯିବ। କୃଷକ ନେତା ଓ ଚାଷୀ ସଂଗଠନ ଗୁଡ଼ିକର ପରାମର୍ଶ ମିଳିବା ପରେ ମନ୍ତ୍ରୀସ୍ତରୀୟ କମିଟି ତାର ନିଷ୍ପତି ନେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.