ଭିତରକନିକାରେ ସରିଲା କୁମ୍ଭୀର ବସା ଗଣନା, ଚିହ୍ନଟ ହେଲା ୧୧୭ଟି ବସା

ଭୁବନେଶ୍ୱର, ୨୮/୦୭ : କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ବସା ଗଣନା କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ବସା ଗଣନା । ଚଳିତବର୍ଷ ୧୧୭ ଟି କୁମ୍ଭୀର ବସା ଗଣନା କରାଯାଇଛି । କନିକା ରେଞ୍ଜରେ ସର୍ବାଧିକ ୧୦୬ଟି ବସା ଚିହ୍ନଟ କରାଯାଇଥିବା ବେଳେ ରାଜନଗର ରେଞ୍ଜରେ ୧୦ଟି ଓ ମହାକାଳପଡା ରେଞ୍ଜରେ ଗୋଟିଏ ବସା ଚିହ୍ନଟ କରାଯାଇଛି । ବଉଳା କୁମ୍ଭୀରଙ୍କ ପ୍ରଜନନ ପରେ ମା କୁମ୍ଭୀର ଜୁଆର ମାଡୁ ନଥିବା ଉଚ୍ଚା ସ୍ଥାନ ଦେଖି ହେନ୍ତାଳ ଓ ଖରଖରୀ ପତ୍ରରେ ବସା ବାନ୍ଧି ଅଣ୍ଡା ଦେଇଥାଏ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ବସାକୁ ଜଗି ରହିଥାଏ ମା କୁମ୍ଭୀର। ପ୍ରତିବର୍ଷ କୁମ୍ଭୀର ବସା ଗଣନା ମାଧ୍ୟମରେ ସେମାନଙ୍କ ପ୍ରଜନନ ସ୍ଥିତି ଓ ସଂରକ୍ଷଣର ଅଗ୍ରଗତି ଆକଳନ କରାଯାଏ । ବନ ବିଭାଗ କୁମ୍ଭୀର ବସାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ନଜରଦାରି ବ୍ୟବସ୍ଥା କରିଥିବା ବେଳେ ପ୍ରଜନନ ଋତୁରେ ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟଟକଙ୍କ ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଉଛି । ବନ୍ୟଜନ୍ତୁ ସଂରକ୍ଷଣ ଓ ପରିବେଶ ସନ୍ତୁଳନ ଦୃଷ୍ଟିରୁ ଏହି ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବୋଲି ବନ ବିଭାଗ କହିଛି ।

 

SBI AD