ଚାଷୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି

0

ଭୁବନେଶ୍ୱର, ୧୭/୧୨: ଚାଷୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି। ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଜାନୁଆରୀ ୮ରେ ସଂସଦ ସାମ୍ନାରେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଚାଷୀର ପ୍ରାପ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ବିଜେଡି ଲଢିବ ବୋଲି କହିଛନ୍ତି ବିଜୁ କୃଷକ ଜନତା ଦଳର ମହାସଚିବ ପ୍ରତାପ ଜେନା। ସ୍ବାମୀନାଥନ କମିଟି ରିପୋର୍ଟ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଛି ବିଜେଡିି। ରାଷ୍ଟ୍ରପତିଙ୍କୁ ଭେଟି ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜୁ କୃଷକ ଜନତା ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟ। ଜାନୁଆରୀ ୬ରେ ବିଜେଡିର ସମସ୍ତ ସାଂସଦ, କୃଷକ ପ୍ରତିନିଧି ଓ ଓଡ଼ିଶାର ବିଭିନ୍ନ ଛାମୁଆ ସଂଗଠନ ଗୁଡିକ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଦିଲ୍ଲୀ ଯାତ୍ରା କରିବେ। ୮ରେ ସଂସଦ ଭବନ ଆଗରେ ଧାରଣା ଦିଆଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.