ନୂଆଦିଲ୍ଲୀ, ୨୨/୦୯ : ନୂଆଦିଲ୍ଲୀର କାଲକାଜୀ ମନ୍ଦିର ନିକଟ ଆସ୍ଥା କୁଞ୍ଜ ପାର୍କରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ତିନିଜଣ ଯୁବକ ନିଜକୁ ପୁଲିସ କର୍ମଚାରୀ ବୋଲି ପରିଚୟ ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ, ଘଟଣା ସେପ୍ଟେମ୍ବର ୨୧ ତାରିଖ ସନ୍ଧ୍ୟାରେ ଘଟିଥିଲା । ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି । ୧୭ ବର୍ଷୀୟ ନାବାଳିକା ଜଣକ ତାଙ୍କ ୧୭ ବର୍ଷୀୟ ନାବାଳକ ବନ୍ଧୁଙ୍କ ସହ କାଲକାଜୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ମନ୍ଦିରରେ ଦର୍ଶନ ସାରିବା ପରେ ଉଭୟ ମନ୍ଦିର ପଛପଟେ ଥିବା ଆସ୍ଥା କୁଞ୍ଜ ପାର୍କକୁ ଯାଇଥିଲେ ।