ଜଣ୍ଡିସରେ ଫଟୋଥେରାପି

0

ଅନେକଥର ଦେଖିବାକୁ ମିଳେ ଶିଶୁକୁ ଜନ୍ମରୁ ହିଁ ଜଣ୍ଡିସ ହୋଇଯାଇଥାଏ । ଏହି ରୋଗରେ ଶରୀରରରେ ଥିବା ବିଲିରୁବିନ୍‌ ଲେବଲ କମ୍‌ କରିବା ପାଇଁ ଫଟୋଥେରାପିର ସାହାରା ନିଆଯାଇଥାଏ । ବିଲିରୁବିନ୍‌ର ଲେବଲକୁ କମ୍‌ କରିବା ପାଇଁ ଫଟୋଥେରାପିର ସାହାରା ନିଆଯାଇଥାଏ । ଏଥିପାଇଁ ପିଲାମାନଙ୍କୁ ଇନ୍‌କୁ୍ୟବେଟରରେ ରଖାଯାଇଥାଏ । ପିଲାଙ୍କ ଉପରେ ଏକ ବିଶେଷ ପ୍ରକାରର ଧଳା ଆଲୋକ ପକାଯାଇଥାଏ । ଏହି ଆଲୋକକୁ ପିଲାମାନଙ୍କର ଶରୀର ଅବଶୋଷିତ କରିଥାଏ । ଏହି ପ୍ରକ୍ରିୟା ମାଧ୍ୟମରେ ପିଲାଙ୍କ ଶରୀରରୁ ବିଲିରୁବିନ୍‌ର ମାତ୍ରାରେ ପରିବର୍ତ୍ତନ ଆସେ ଓ ଏହି ବିଲିରୁବିନ୍‌ ପରିବର୍ତ୍ତି ହୋଇ ମଳ ଓ ପରିସ୍ରା ବାଟେ ବାହାରିଆସେ । ଏହି ପ୍ରକ୍ରିୟାକୁ ଏବେ ଅଧିକାଂଶ ହସ୍ପିଟାଲରେ ବ୍ୟବହାର କରାଯାଉଛି । ଏଭଳି କରିବା ଫଳରେ ପିଲାଙ୍କୁ କୌଣସି କ୍ଷତି ହୁଏନାହିଁ ଓ ଶିଶୁ ସୁସ୍ଥ ରହେ ।

SBI AD
Leave A Reply

Your email address will not be published.