ଦୀପ୍‌ବୀର୍‌ଙ୍କ ସ୍ୱପ୍ନର ଘର

0

ବର୍ତ୍ତମାନ ଗଣମାଧ୍ୟମର ହଟ୍‌ ଟପିକ୍‌ ସାଜିଥିବା ବଲିଉଡ଼ର ଚର୍ଚ୍ଚିତ ଯୋଡୀ ଅଭିନେତ୍ରୀ ଦୀପିକା ଏବଂ ଅଭିନେତା ରଣବୀର ନିକଟରେ ଦୁଇଗୋଟି ପାରମ୍ପାରିକ ରିତୀନିତିରେ ବିବାହ କରି ଇଟାଲୀରୁ ଫେରିଛନ୍ତି । ବିବାହରେ ଉଭୟ କଳାକାର କେବଳ ନିକଟସ୍ଥ ସମ୍ପର୍କିୟ ଏବଂ କିଛି wବନ୍ଧୁଙ୍କୁ ସାମିଲ୍‌ କରିଥିଲେ । କିନ୍ତୁ ଏବେ ମିଡିଆରେ ଉଭୟଙ୍କ ବିବାହର ଖବର ଶାନ୍ତ ପଡିଯାଇଥିବା ବେଳେ ଦୀପ୍‌ବୀର୍‌ଙ୍କ ସ୍ୱପ୍ନର ଘରକୁ ନେଇ ଆଲୋଚନା ଜୋର୍‌ ଧରିଛି । ସୂଚନାନୁଯାୟୀ, ଦୀପିକା ଏବଂ ରଣବୀର ସିଂ ମୁମ୍ବାଇ ସ୍ଥିତ ଜୁହୁ ଅଞ୍ଚଳରେ ୫୦ କୋଟି ମୂଲ୍ୟର ଏକ ଘରେ ନେଇଛନ୍ତି । ଏବେ ଏହି ଘର ନିର୍ମାଣ କାର୍ଯ୍ୟ ଚାଲୁଅଛି । ଦୀପିକା ଏବଂ ରଣବୀରଙ୍କ ଡ୍ରିମ୍‌ ହାଉସ୍‌ର ନିର୍ମାଣ ଶେଷ ନ ହେବା ଯାଏଁ ଉଭୟ ରଣବୀରଙ୍କ ବଙ୍ଗଳା ‘ଶ୍ରୀ’ରେ ରହିବା ପାଇଁ ସ୍ଥିର କରିଛନ୍ତି । ଆଶା କରୁଛୁ ଖୁବ୍‌ଶୀଘ୍ର ଉଭୟଙ୍କର ସ୍ୱପ୍ନର ଘର ନିର୍ମାଣ ଶେଷ ହେଉ ।

Leave A Reply

Your email address will not be published.