ଭୁବନେଶ୍ୱର, ୨୨/୧୧: ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡାଙ୍କର ଗୁରୁବାର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ୍ୟବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ ସେ କ୍ୟାନସର ରୋଗରେ ପୀଡିତ ଥିଲେ । ବୈଷ୍ଣବ ଜଣେ ଦକ୍ଷ ରାଜନେତା, ସାହିତି୍ୟକ, ସ୍ତମ୍ଭକାର ଓ ସାମାଜୀକ କର୍ମୀ ଥିଲେ । ସେ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସାଂସଦ ଭାବେ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିଲେ । ଏହା ପୂର୍ବରୁ ୧୯୯୯-୨୦୦୮ ମସିହା ପର୍ଯ୍ୟନ୍ତ ସେ ସମାଜବାଦୀ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ଥିଲେ । ୧୯୪୧ ମସିହାରେ ଜାଜପୁରର ଶ୍ରୀରାମପୁରଠାରେ ଜନ୍ମ ଗ୍ରହଣ କରିଥିବା ଏହି ନେତା ଓଡିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବାଲାଗି ବର୍ଷା ଆନ୍ଦୋଳନର ନେତୃତ୍ୱ କରିଥିଲେ ।