ମହାକାଳପଡ଼ା ଥାନାରେ ନୂଆ IIC ଭାବେ ଯୋଗ ଦେଲେ ବନ୍ଦନା ପାତ୍ର

ମହାକାଳପଡ଼ା,୨୪/୦୮ : (ଅରକ୍ଷିତ ନାଥ) – ମହାକାଳପଡ଼ା ଥାନାରେ ନୂତନ ଥାନା ଅଧିକାରିଣୀ ଭାବେ ଯୋଗ ଦେଲେ ବନ୍ଦନା ପାତ୍ର l ମହାକାଳପଡ଼ା ଥାନାରେ କାର୍ଯ୍ୟରତ ଅଧିକାରୀ ମାନସ ମଲ୍ଲିକଙ୍କ ବଦଳି କ୍ରମେ ଥାନା ଅଧିକାରିଣୀ ଶ୍ରୀମତୀ ପାତ୍ର ଦାୟିତ୍ୱ ନ୍ୟସ୍ତ ହୋଇଛନ୍ତି l ଶ୍ରୀମତୀ ପାତ୍ର ପୂର୍ବରୁ ପଟ୍ଟାମୁଣ୍ଡାଇ ଥାନାରେ କାର୍ଯ୍ୟରତ ଥିଲେ l ବଦଳିକ୍ରମେ ସୋମବାର ମହାକାଳପଡ଼ା ଥାନାରେ ଯୋଗ ଦାନ କରିଥିବାର ଜଣାପଡିଛି l କର୍ମତପ୍ତର ଥାନା ଅଧିକାରିଣୀ ମହାକାଳପଡ଼ା ଥାନାଞ୍ଚଳ ରେ ଉତ୍ତମ ଆଇନ ଶୃଙ୍ଖଳା ପରିସ୍ଥିତିର ସୁରକ୍ଷା କରିବା ଓ ଅଭିଯୋଗ କାରିମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ବେଶ ସହାୟକ ହେବେ ବୋଲି ଅଞ୍ଚକ ବାସୀ ଆଶା କରନ୍ତି l